ଏସ୍‌ସିବିର ବିକାଶ ପାଇଁ ୧୦୦୦ କୋଟି ଟଙ୍କାରୁ ଅଧିକ ପ୍ୟାକେଜ୍‌

ଭୁବନେଶ୍ୱର,୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ବାଙ୍ଗୀନ ଉନ୍ନତି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏସ୍‌ସିବିକୁ ଏମ୍ସ ପ୍ଲସ ଅନୁଷ୍ଠାନରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ୩୦୦୦କୁ ବୃଦ୍ଧି ପାଇବ। ଏଥିପାଇଁ ପ୍ରାୟ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୦ ବର୍ଷ ତଳୁ ଏହି ସ୍ବାସ୍ଥ୍ୟାନୁଷ୍ଠାନ ଓଡ଼ିଶାବାସୀଙ୍କୁ ସେବା ଯୋଗାଇ ଆସିଛି। ଏଠାରୁ ଅନେକ ବିଶିଷ୍ଟ ଡାକ୍ତର ବାହାରିଛନ୍ତି, ଯେଉଁମାନେ କେବଳ ଭାରତ ନୁହେଁ, ସାରା ପୃଥିବୀର ଲୋକମାନଙ୍କୁ ସେବା ଦେଇ ଆସୁଛନ୍ତି। ତେଣୁ ଏହି ଅନୁଷ୍ଠାନର ଗୁରୁତ୍ୱକୁ ଆହୁରି ବିଶ୍ୱସ୍ତରରେ ପରିଣତ କରାଯିବ।

Share