ଏସ୍‌ସିବି ଅଧୀକ୍ଷକ ହେବେ ଅନ୍ନଦା ପଟ୍ଟନାୟକ

କଟକ ଅଫିସ୍‌,୨୮।୨:  କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍‌ସିବି)ର ନୂଆ ଅଧୀକ୍ଷକ ଭାବେ ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଅନ୍ନଦା ପଟ୍ଟାନାୟକଙ୍କୁ ନିଯୁକ୍ତି ମିଳିଛି। ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନର ଅଧୀକ୍ଷକ ପ୍ରଫେସର ସରୋଜ କୁମାର ସାହୁ ଆସନ୍ତା ୨୯ ତାରିଖରେ ଅବସର ଗ୍ରହଣ କରିବେ। ଏହା ପୂର୍ବରୁ ଡାକ୍ତର ପଟ୍ଟନାୟକଙ୍କୁ ଏହି ନିଯୁକ୍ତି ମିଳିଛି।

Share