ଏସ୍‌ସିବି ଆଇସିୟୁରୁ ହ୍ୟାଣ୍ଡକଫ୍‌ ଅବସ୍ଥାରେ ଅଭିଯୁକ୍ତ ଚମ୍ପଟ୍‌

କଟକ ଅଫିସ,୧୧।୧: ଏସ୍‌ସିବି ଆଇସିୟୁରୁ ହ୍ୟାଣ୍ଡକଫ୍‌ ଲାଗିଥିବା ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ୍‌ ମାରିଛନ୍ତି। ତାଙ୍କ ନାମ ହେଉଛି ଆଲୋକ କୁମାର ସାହୁ। ଆଲୋକଙ୍କୁ ଏକ ଚୋରି ମାମଲାରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ପୋଲିସ ଗିରଫ କରିଥିଲା। ହେଲେ ପୋଲିସ ହେପାଜତରେ ଥାଇ ଫିନାଇଲ ପିଇ ଦେବାରୁ ଗତ ୪ ତାରିଖରେ ତାଙ୍କୁ ଏସ୍‌ସିବି ଅଣାଯାଇଥିଲା। କିନ୍ତୁ ରାତିରେ ସେ ଚମ୍ପଟ୍‌ ମାରିଛନ୍ତି।

Share