ଏସ୍‌ସିବି: ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ ଅଫିସ,୨ା୧୧: କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣେ ଡେଙ୍ଗୁ ରୋଗୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କ ଘର କୁଜଙ୍ଗ ଅଞ୍ଚଳରେ ବୋଲି ଜଣାପଡିଛି। ସେ ଗତ ସୋମବାର ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ବାସ୍ଥାବସ୍ଥାରେ ଅବନତି ଘଟୁଥିଲା। ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଥିଲା। ତେଣୁ ତାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ ବୋଲି ଡା. ଶ୍ରୀପ୍ରସାଦ ମହାନ୍ତି କହିଛନ୍ତି। ଯଦି ଏହା ଡେଙ୍ଗୁ ମୃତ୍ୟୁ ହୁଏ ଏସ୍‌ସିବି ମେଡିକାଲରେ ଚଳିତବର୍ଷର ତୃତୀୟ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହେବ।

Share