ଏସ୍‌ସିବି ପୁନର୍ବିନ୍ୟାସ ଲାଗି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

କଟକ ଅଫିସ,୨୯।୧: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି)ର ନବକଳେବର ହେବ। ଏହାକୁ ଅନ୍ତର୍ଜାତୀୟସ୍ତରର ମେଡିକାଲ କରିବା ପାଇଁ ସରକାର ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିଲାଗି ଆବଶ୍ୟକ ପଡ଼ୁଥିବା ଜମି ଲାଗି ବୁଧବାରଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୋବ୍ରା ଖଲାସି ଲେନ୍‌ରେ ଥିବା ପୁରୁଣା ଜଳସେଚନ କ୍ୱାର୍ଟର୍ସଗୁଡ଼ିକୁ ଭଙ୍ଗା ଯାଉଥିବା ସୂଚନା ମିଳିଛି।

ପ୍ରକାଶ ଯେ, ଏସ୍‌ସିବି ପୁନର୍ବିନ୍ୟାସ ଲାଗି ନିକଟରେ ଥିବା ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ସମେତ ୪ର୍ଥଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର ଉଚ୍ଛେଦ ହେବ ବୋଲି କୁହାଯାଇଥିଲା। ଉଚ୍ଛେଦ କର୍ମଚାରୀଙ୍କୁ ସରକାର ଅନ୍ୟ ସ୍ଥାନରେ ରଖିବାର ବନ୍ଦୋବସ୍ତ କରିଛନ୍ତି। ଏଥିସହ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ମଧ୍ୟ ଘୋଷଣା କରାଯାଇଛି। ଅଧିଗ୍ରହଣରୁ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ। ଫେବୃୟାରୀ ୨୮ ସୁଦ୍ଧା ଅଧିଗ୍ରହଣ କାର୍ଯ୍ୟ ସରିବ ଏବଂ ମାର୍ଚ୍ଚ ପହିଲାରୁ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଲାଗି ଲକ୍ଷ୍ୟ ରହିଛି।

Share