ଏସ୍‌ସିବି ମେଡିକାଲରୁ ଡିସ୍‌ଚାର୍ଜ ହେଲେ ଆଶୀର୍ବାଦ

କଟକ ଅଫିସ,୨୮ା୧୧: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ବୁଧବାର ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅର୍ଥତତ୍ତ୍ବ(ଏଟି) ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ତାଙ୍କୁ ସେପ୍ଟେମ୍ବର ୧୯ରେ ଗିରଫ କରିଥିଲା। ଏହା ପରେ ସେ ଅସୁସ୍ଥ ହୋଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଶୀର୍ବାଦଙ୍କୁ ମଙ୍ଗଳବାର ଜାମିନ ମିଳିବା ପରେ ଏସ୍‌ସିବି ମେଡିକାଲରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ମେଡିକାଲରୁ ବାହାରି ସେ ସିଧାସଳଖ ଗଡ଼ଗଡ଼େଶ୍ୱର ମନ୍ଦିରକୁ ଯାଇଥିଲେ। ଏବେ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଆଶୀର୍ବାଦ ପ୍ରତିକ୍ରିୟାରେ କହିଛନ୍ତି।

Share