ଏସ୍‌ସିବି ଲାଗି ୧୦ ପରାମର୍ଶଦାତା ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ ମେଡିକାଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୧୦ଜଣ ବିଶିଷ୍ଟ ଚିକିତ୍ସାବିତ୍‌ଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ପଦ୍ମଭୂଷଣ ଡ. ରମାକାନ୍ତ ପଣ୍ଡା, ପଦ୍ମଭୂଷଣ ଡା. ଦେବୀ ସେଠୀ, ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟ, ପ୍ରଦ୍ମଶ୍ରୀ ପ୍ରଫେସର ଡା. ମୁକୁତ ମିଞ୍ଜ, ପଦ୍ମଶ୍ରୀ ପ୍ରଫେସର ଡା. ଦିଗମ୍ବର ବେହେରା, ପଦ୍ମଶ୍ରୀ ଡା. ରଞ୍ଜନ ବଦଓ୍ବେ, ଡା. ଜଗତ ନରୁଲା, ଡା. ଜିଏନ୍‌ ରାଓ, ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖଙ୍କୁ ପରାମର୍ଶଦାତାଭାବେ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି।

Share