ଭୁବନେଶ୍ୱର, ୭।୪( ବ୍ୟୁରୋ): ଏସ୍ସିବି ମେଡିକାଲ କଲେଜ, ସିଟି ହସ୍ପିଟାଲ ଏବଂ ଅନ୍ୟାନ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ କୌଣସି କରୋନା(କୋଭିଡ୍-୧୯) ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉ ନାହିଁ। ସେହି ହସ୍ପିଟାଲଗୁଡିକୁ ଅନ୍ୟାନ୍ୟ ରୋଗୀମାନେ ଚିକିତ୍ସା ପାଇଁ ଯାଇପାରିବେ। ଯଦି କୌଣସି ବ୍ୟକ୍ତିଙ୍କୁ ଜ୍ୱର, ଫ୍ଲୁ ବା କାଶ ହେଉଥିବ ତେବେ ସେମାନେ ହେଲ୍ପ ଲାଇନ୍ ନମ୍ବର ୧୦୪କୁ ଫୋନ୍କରିବେ। ଡାକ୍ତରମାନେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। ଭୟଭୀତ ନ ହୋଇ ସହଯୋଗରେ ମୁକାବିଲା କଲେ ଏହି ମହାମାରୀକୁ ଦୂର କରାଯାଇପାରିବ। ମଙ୍ଗଳବାର ପୂବର୍ର୍ାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, କ୍ୟାପିଟାଲ ହସ୍ପିଟାଲରେ ଜଣେ କୋଭିଡ୍ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କ ରକ୍ତ ନମୂନା ନେଗେଟିଭ୍ ଆସିଛି। ଆସନ୍ତା ୨ ଘଣ୍ଟା ମଧ୍ୟରେ ପୁଣି ଥରେ ତାଙ୍କ ରକ୍ତ ନମୂନା ପରୀକ୍ଷା କରାଯିବ। ନେଗେଟିଭ୍ ଆସିବା ପରେ ସମ୍ପୃକ୍ତ ରୋଗୀଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବ ବୋଲି ସେ କହିଛନ୍ତି।