ଏସ୍‌ସି/ଏସ୍‌ଟି ପିଲାଙ୍କ ହଷ୍ଟେଲ ବନ୍ଦ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ ହୋଇଥିବା କରୋନା ଭୂତାଣୁ ଜନିତ ସଂକ୍ରମଣ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଏହାର ମୁକାବିଲାକୁ ନେଇ ବିଭିନ୍ନ କଟକଣା ଜାରି କରୁଛନ୍ତି। ଏହି କ୍ରମରେ ସମସ୍ତ ଏସ୍‌ସି/ଏସ୍‌ଟି ପିଲାଙ୍କ ହଷ୍ଟେଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୨୫ରୁ ହଷ୍ଟେଲ ବନ୍ଦ କରିବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୫ରୁ ଜୁନ ୧୬ ପର୍ଯ୍ୟନ୍ତ ହଷ୍ଟେଲ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ଅପରପକ୍ଷେ ହଷ୍ଟେଲ ବନ୍ଦ ରହୁଥିବାରୁ ପିଲାଙ୍କୁ ଅଗ୍ରୀମ ଷ୍ଟାଇପେଣ୍ଡ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୩ ମାସର ଅଗ୍ରୀମ ଷ୍ଟାଇପେଣ୍ଡ ନଗଦ ଟଙ୍କା ଆକାରରେ ମିଳିବ। ଅଭିଭାବକ ନଗଦ ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

Share