ଏସ୍‌ୟୁଭି କାର୍‌ ଦେବ କରୋନା ସଂକ୍ରମଣରୁ ସୁରକ୍ଷା !

ଓ୍ବାଶିଂଟନ,୫।୩: କାର୍‌ କରୋନା ସଂକ୍ରମଣରୁ ସୁରକ୍ଷା ଦେବ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭଲ୍‌ଭୋ ଏବଂ ଲୋଟସ୍‌ ବ୍ରାଣ୍ଡ୍‌ର କାର୍‌ ତିଆରି କରୁଥିବା ଗିଲେ କମ୍ପାନୀ ପକ୍ଷରୁ ଏହାର ନୂଆ ଏସ୍‌ୟୁଭି କାର ଏଭଳି ସୁରକ୍ଷା ଦେବାକୁ ସକ୍ଷମ। ଗିଲେ ଅଟୋମୋବାଇଲ୍‌ ପକ୍ଷରୁ ଏକ ପ୍ରକାର ଏୟାର ପ୍ୟୁରିଫିକେଶନ ସିଷ୍ଟମ୍‌(ବାୟୁ ଶୋଧନ ପ୍ରଣାଳୀ)ର ବିକଶିତ କରାଯାଇଛି। ଏହା ଏନ୍‌-୯୫ ପ୍ରମାଣିତ। ଏହା ସହଜରେ କାର୍‌ ଭିତର ବାୟୁରେ ଥିବା ଭୂତାଣୁ, ବ୍ୟାକ୍ଟେରିଆ ଏବଂ ଅନ୍ୟ ହାନିକାରଣ ତତ୍ତ୍ୱକୁ ନଷ୍ଟ କରିଦେଇଥାଏ। ଏସ୍‌ୟୁଭିର ଏସି ସହିତ ଏହା କାର୍ଯ୍ୟ କରିବାକୁ ସକ୍ଷମ। ୨୦୧୮ରେ ଏହି ପ୍ରଣାଳୀ ସମ୍ପର୍କରେ ବେଜିଂ ଅଟୋ ଶୋ’ରେ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଣାଳୀ ଗିଲେର ୫ଟି ମଡ଼େଲରେ ଅନ୍ତର୍ଭୁକ୍ତ କରାଯାଇଛି।

Share