ଏସ୍‌. ଜୟଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ,୭।୬: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଏସ୍‌. ଜୟଶଙ୍କର ଦାୟିତ୍ୱ ଗ୍ରହଣ କରିବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସି ପତ୍ର ଲେଖି ଅଭିନନ୍ଦନ ଜଣାଇଛନ୍ତି। ସୁଷମା ସ୍ବରାଜଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ ଜୟଶଙ୍କରଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି। ପୂର୍ବରୁ ସେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବୈଦେଶିକ ସଚିବ ଭାବେ କାମ କରିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ପାକିସ୍ତାନର ବିଦେଶ ସଚିବ ସୋହେଲ ମେହମୁଦ ଇଦ-ଉଲ୍‌-ଫିତର ଅବସରରେ ଭାରତରେ ଉପସ୍ଥିତ ଥିଲେ।

Share