ଏହା କୌଣସି ରନ୍ନ ନୁହେଁ ବରଂ ମକା

ବିଶାଖାପାଟନମ,୯।୨: ହାଇଦ୍ରାବାଦର ଅଭିନବ ଗଙ୍ଗୁଲମଲ୍ଲା ଓ ରେଣୁ ରାଓଙ୍କ ମୁହଁରେ ହସ ଫୁଟାଇଛି ଦୀର୍ଘ ୭ ବର୍ଷର ପରିଶ୍ରମ। ଦୀର୍ଘ ଦିନର ପରିଶ୍ରମ ପରେ ତାଙ୍କ ମକା କିଆରିରେ ଫଳିଛି ରତ୍ନ ଭଳି ଚମକୁଥିବା ମକା। ଏହା ରତ୍ନର ଭ୍ରମ ସୃଷ୍ଟି କରୁଥିଲେ ବି ଏହି ରଙ୍ଗିନ ମକା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ବିଶେଷ କରି ଉତ୍ତର ଆମେରିକାରେ ଏହି ମକା ଚାଷ କରାଯାଉଥିବା ବେଳେ ଏବେ ଏହା ହାଇଦ୍ରାବାଦର ଖେତରେ ଫଳିଛି। ସୂଚନାଯୋଗ୍ୟ, ୨୦୧୩ରୁ ଅଭିନବ ଓ ରେଣୁ ଏହି ମକା ଫଳାଇବା ପାଇଁ ଚେଷ୍ଟା ଚଲାଇଛନ୍ତି। ଏଥିପାଇଁ ସେ ଭିନ୍ନ ଭିନ୍ନ ଜ୍ଞାନ କୌଶଳର ସାହାଯ୍ୟ ନେଇଛନ୍ତି। ବହୁଥର ଅସଫଳ ହେଲେ ମଧ୍ୟ ନିଜର ଚେଷ୍ଟା ବଳରେ ଏମାନେ ଆଜି ଷ୍ଟ୍ରବେରୀ କର୍ନ ଓ ପର୍ପଲ କର୍ନ ଉତ୍ପାଦନ କରିବାରେ ସଫଲ ହୋଇଛନ୍ତି।

Share