ଏହିସବୁ ଅଭିନେତ୍ରୀ ଦେଖିବାକୁ ଅବିକଳ ନିଜ ମା’ଙ୍କ ପରି

କିଛି ବଲିଉଡ୍‌ ଅଭିନେତ୍ରୀଙ୍କ ମା’ କ୍ୟାମେରା ସାମ୍ନାକୁ ଆସି ନ ଥା’ନ୍ତି ସତ ମାତ୍ର ଝିଅମାନଙ୍କ ପଛରେ ସବୁ ସମୟରେ ରହିଥା’ନ୍ତି। ସେମାନଙ୍କୁ ବହୁ ସମର୍ଥନ ଦେଇଥା’ନ୍ତି। ଏ ବୟସରେ ମଧ୍ୟ ସୌନ୍ଦର୍ଯ୍ୟତାରେ ସେମାନେ ଝିଅମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଖାସ୍‌ କରି ସେହି ମା’ମାନଙ୍କ ଯୋଗୁ ଆଜି କିଛି ଅଭିନେତ୍ରୀ ବଲିଉଡ୍‌ରେ ବେଶ୍‌ ନାଁ କମାଇଛନ୍ତି। ଜାଣନ୍ତୁ ଏହିସବୁ ଅଭିନେତ୍ରୀଙ୍କ ସମ୍ପର୍କରେ…

ଦୀପିକା ପାଦୁକୋନ:


ଦୀପିକାଙ୍କ ମା’ ହେଉଛନ୍ତି ଉଜ୍ଜଲା ପାଦୁକୋନ୍‌। ସେ ଦେଖିବାକୁ ଖୁବ୍‌ ସୁନ୍ଦର। ଏକ ସାକ୍ଷାତକାରରେ ଦୀପିକା କହିଛନ୍ତି, ସେ ତାଙ୍କ ମା’ଙ୍କୁ ନ ପଚାରିଲେ କୌଣସି କାମ କରନ୍ତି ନାହିଁ।

ପ୍ରିୟଙ୍କା ଚୋପ୍ରା:


ପ୍ରିୟଙ୍କା ଦେଖିବାକୁ ଅବିକଳ ତାଙ୍କ ମା’ ମଧୁ ଚୋପ୍ରାଙ୍କ ପରି। ସେ ଇଣ୍ଡଷ୍ଟ୍ରି ସହିତ ବେଶ୍‌ ଜଡ଼ିତ। ପ୍ରିୟଙ୍କା ଏବଂ ତାଙ୍କ ମା’ ମିଶି ଏକ ପ୍ରଡକ୍‌ସନ୍‌ ହାଉସ ଚଳାଉଛନ୍ତି।

କ୍ୟାଟ୍ରିନା କୈଫ୍‌:


କ୍ୟାଟ୍ରିନା କୈଫ୍‌ଙ୍କ ମା’ଙ୍କୁ କ୍ୟାମେରା ସାମ୍ନାରେ ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ତାଙ୍କ ମା’ଙ୍କ ନାମ ସୁଜୈନ। ସେ ବିଦେଶରେ ରହୁଛନ୍ତି। ତାଙ୍କୁ ଦେଖିଲେ ଲାଗିବ କ୍ୟାଟ୍ରିନା ସୁନ୍ଦର ଚେହେରା ତାଙ୍କ ମା’ଙ୍କଠାରୁ ହିଁ ଯେମିତି ଆଣିଛନ୍ତି।
ସେହପରି ଆଲିଆ ଭଟ୍ଟ, ଉର୍ବଶୀ ରୌତେଲା, ଏଶ୍ୱର୍ଯ୍ୟା ରାୟ ମଧ୍ୟ ଦେଖିବାକୁ ଅବିକଳ ତାଙ୍କ ମା’ଙ୍କ ପରି।

Share