ଏହିସବୁ ଲକ୍ଷଣରୁ ଜଣାପଡ଼େ ଚର୍ମ କର୍କଟ

ଲୋକଙ୍କୁ ବିଭିନ୍ନ ପ୍ରକାରର କ୍ୟାନସର ବା କର୍କଟ ରୋଗ ହୋଇଥାଏ। ସେଥିମଧ୍ୟରୁ ସ୍କିନ୍‌ କ୍ୟାନସର ବା ଚର୍ମ କର୍କଟ ଅନ୍ୟତମ। ଯେତେବେଳେ ଚର୍ମର କୋଷିକା ଅସାମାନ୍ୟ ତରିକାରେ ବଢ଼ିଥାନ୍ତି ସେତେବେଳେ ଚର୍ମ କର୍କଟ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଅଧିକ ସମୟ ଖରାରେ ରହିଲେ ଏହି ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। ଶରୀରର ଯେଉଁ ଅଂଶରେ ସୂର୍ଯ୍ୟଙ୍କ ପ୍ରଖର କିରଣ ପଡ଼ିଥାଏ ସେହିଠାରେ ଚର୍ମ କର୍କଟ ହେବାର ସମ୍ଭାବନା ରହିଥାଏ। ଯେପରିକି ଆଙ୍ଗୁଠି, ନଖ, ତ୍ୱଚା, ପାଦ ଆଙ୍ଗୁଠି ଇତ୍ୟାଦିରେ ଏହି ରୋଗ ହେବାର ଆଶଙ୍କା ଦେଖା ଦେଇଥାଏ। ।

ଚର୍ମ କର୍କଟର ଲକ୍ଷଣ:

– ମୁଣ୍ଡ, ବେକ, ଆଖି ଏବଂ ଗାଲରେ ଅଚାନକ ପୋଡ଼ାଜଳା ହୋଇଥାଏ।

– ଚର୍ମରେ କିଛି ଦାଗ ଦେଖିବାକୁ ମିଳେ। ଏହି ଦାଗ ଯଦି ଦୀର୍ଘଦିନ ଧରି ନ ଲିଭେ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

– ଯଦି ଚର୍ମରେ ହଠାତ୍‌ କଳାଜାଇ କିମ୍ବା ଏହାର ରଙ୍ଗ ପରିବର୍ତ୍ତନ ହୋଇଥାଏ ତେବେ ଆଦୌ ଅବହେଳା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

– ବାରମ୍ବାର ଏକ୍‌ଜିମା ଚର୍ମ କର୍କଟର ଲକ୍ଷଣ

– ଖରାରେ ବାହାରକୁ ବାହାରିଲେ ଦେହହାତ ପୋଡ଼ା ଜଳା ହୋଇଥାଏ।

ଏହାର ଉପଚାର:

– ଅଧିକ ମାତ୍ରାରେ ପାଣି ପିଅନ୍ତୁ।

– ଖରାରେ ବାହାରୁଥିଲେ ଶରୀରକୁ ଢାଙ୍କି ବାହାରନ୍ତୁ।

– କମ୍‌ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ।

– ଫ୍ୟାଟି ଏସିଡ୍‌ ଯୁକ୍ତ ଖାଦ୍ୟ ଯଥା ମାଂସ, ଫାଷ୍ଟଫୁଡ୍‌, କର୍ନ ଆଦି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

– ସ୍କିନ୍‌ରେ ମଶ୍ଚରାଏଜର ଏବଂ ସନ୍‌ସ୍କ୍ରିନ୍‌ ଲୋଶନ ବ୍ୟବହାର କରନ୍ତୁ।

– ହଠାତ୍‌ ଶରୀରରେ କୌଣସି ଦାଗ ବା ଚିହ୍ନ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।