ଏହିସବୁ ସମସ୍ୟାରୁ ମୁକ୍ତିଦିଏ ଗୁଡ଼

ଗୁଡ଼ ସ୍ବାସ୍ଥ୍ୟପକ୍ଷେ ଉପକାରୀ। ଏଣୁ ଚିନି ଅପେକ୍ଷା ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଗୁଡ଼ ଖାଇବା ଫଳରେ ଅନେକ ରୋଗରୁ ମୁକ୍ତି ମିଳିବା ସହ ସ୍ବତନ୍ତ୍ର ଭାବେ ପେଟଜନିତ ସମସ୍ୟା ଦୂର ହୋଇଥାଏ। ଗ୍ୟାସ୍‌ରୁ ଆରମ୍ଭକରି କୋଷ୍ଠକାଠିନ୍ୟ ପର୍ଯ୍ୟନ୍ତ ଅନେକ ପେଟ ସମସ୍ୟାରୁ ଗୁଡ଼ ମୁକ୍ତି ଦେଇଥାଏ। ତେବେ ଜାଣନ୍ତୁ ଗୁଡ଼ର ଉପକାରୀ ଗୁଣ ସମ୍ପର୍କରେ….

-ଖାଇସାରିବା ପରେ ଗୁଡ଼ ଖାଇବା ଫଳରେ ପାଚନକ୍ରିୟା ନିୟନ୍ତ୍ରିତ ରହିଥାଏ। ଭୋକ ଲାଗୁ ନ ଥିଲେ ଏହାକୁ ଖାଇଲେ ଭୋକ ହୋଇଥାଏ।

– ଏହାସହ ଗୁଡ଼ କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ସକାଳେ ଖାଲିପେଟରେ ଅଳ୍ପ ଗୁଡ଼ ଖାଇ ପାଣିପିଇଲେ ଏହି ସମସ୍ୟା ଦୂର ହୋଇଥାଏ।

-ଗୁଡ଼ରେ ଆଇରନ୍‌ ମାତ୍ରା ଅଧିକ ରହିଥାଏ। ଏହାକୁ ଖାଇଲେ ଶରୀରରେ ହିମୋଗ୍ଲୋବିନ୍‌ର ମାତ୍ରା ବଢ଼ିଥାଏ । ଏହା ସହ ରକ୍ତକୋଷର ମାତ୍ରା ବଢ଼ି ରକ୍ତହୀନତା ସମସ୍ୟା ଦୂର ହୋଇଥାଏ।

– ଏହାକୁ ଖାଇବା ଫଳରେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ଏଥିରେ କ୍ୟାଲ୍‌ସିୟମ ଓ ଫସ୍‌ଫରସର ମାତ୍ରା ଅଧିକ ରହିଥାଏ, ଯାହା ଆପଣଙ୍କ ହାଡ଼କୁ ଶକ୍ତ କରାଇଥାଏ।

-ଏହାସହ ଅଧକପାଳି ମୁଣ୍ଡବିନ୍ଧା ସମସ୍ୟା ଦୂର କରିଥାଏ।