ଏହି ଅଭିନେତାଙ୍କୁ ରକ୍ତରେ ଚିଠି ଲେଖି ପଠାଉଥିଲେ ଯୁବତୀ

ବଲିଉଡର ପ୍ରଥମ ସୁପରଷ୍ଟାର ହେଲେ ରାଜେଶ ଖାନ୍ନା। ତାଙ୍କର ପ୍ରକୃତ ନାଁ ହେଲା ଯତିନ ଖାନ୍ନା। କିନ୍ତୁ ଫିଲ୍ମ ଲାଇନରେ ପାଦ ଥାପିବା ପରେ ସେ ଯତିନରୁ ପାଲଟି ଯାଇଥିଲେ ରାଜେଶ। ସେତେବେଳେ ଯୁବତୀମାନେ ତାଙ୍କ ପାଇଁ ଏକପ୍ରକାର ପାଗଳ ଥିଲେ। କେହି କେହି ତାଙ୍କୁ ରକ୍ତରେ ଚିଠି ଲେଖି ତାଙ୍କ ପାଖ ପଠାଉଥିଲେ। ୧୯୯୬ ମସିହାରେ ଚେତନ ଆନନ୍ଦଙ୍କ ‘ଆଖରି ଖି’ ଫିଲ୍ମ ଜରିଆରେ ସୁପରଷ୍ଟାର ରାଜେଶ ଖାନ୍ନା ଡେବ୍ୟୁ କରିଥିଲେ। ରାଜେଶ ଖାନ୍ନା ଲଗାତର ୧୫ଟି ବ୍ଲକବଷ୍ଟର ଫିଲ୍ମ ଦେବାରେ ଯେଉଁ ବିରଳ ରେକର୍ଡ ବଲିଉଡରେ ସୃଷ୍ଟି କରିଛନ୍ତି, ତାକୁ ଆଜି ଯାଏଁ କେହି ବି ବ୍ରେକ କରିପାରିନାହାନ୍ତି।

Share