ଏହି ଅଭିନେତାଙ୍କ ପାଇଁ ଜେଲ୍‌ ଆଗରେ ଗୋଲାପ ଫୁଲ ବିଛାଇଥିଲେ ପ୍ରଶଂସକ

ବଲିଉଡର୍‌ ଭାଇଜାନ ସଲମନ୍‌ ଖାନ୍‌ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସୋସିଆଲ ମିଡିଆରେ ସଲମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡ୍‌ରେ ବହୁ ହିଟ୍‌ ଫିଲ୍ମ ଅଭିନୟ କରିଥିବା ସଲ୍ଲୁଙ୍କ ଜଲଓ୍ବା ଏବେ ବି କାଏମ୍‌ ରହିଛି। କ୍ରିସ୍‌ମାସ ଅବସରରେ ତାଙ୍କ ଅଭିନୀତ ‘ଦବଙ୍ଗ-୩’ ହିଟ୍‌ ସାବ୍ୟସ୍ତ ହୋଇଛି। କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଯୋଧପୁର ସେସନ୍ସ କୋର୍ଟ। ଫଳରେ ସଲମାନ ଯୋଧପୁରର ସେଣ୍ଟ୍ରାଲ ଜେଲରେ ରହିଥିଲେ। ତାଙ୍କୁ ଜାମିନ ମିଳିବା ପରେ ସଲମାନଙ୍କ ପ୍ରଶଂସକ ନାଚି, ଗାଇ ଖୁସି ମନାଇଥିଲେ। ଯୋଧପୁର କୋର୍ଟ ବାହାରେ ସଲମାନଙ୍କ ପ୍ରଶଂସକ ଗୋଲାପ ଫୁଲ ବିଛାଇଥିଲେ। ସଲମାନ ଜେଲରୁ ମୁକୁଳିବା ଦିନ ଜେଲ ବାହାରେ ବି ପ୍ରଶଂସକମାନେ ଭିଡ ଜମାଇଥିଲେ। ଜେଲ ବାହାରେ ଥିବା ରାସ୍ତାରେ ପ୍ରଶଂସକମାନେ ଗୋଲାପ ଫୁଲ ବିଛାଇ ସଲମାନଙ୍କୁ ଅପେକ୍ଷା କରିଥିଲେ। ଚାରିଆଡେ ପୋଷ୍ଟର ମାରି ଭାଇଜାନଙ୍କୁ ସ୍ବାଗତ କରିଥିଲେ।

Share