ଏହି ଅଭିନେତ୍ରୀଙ୍କୁ ପସନ୍ଦ କରି ନ ଥିଲେ ଶାଶୁ, ଧକ୍କା ମାରି ଘରୁ ତଡ଼ି ଦେଇଥିଲେ

ବି-ଟାଉନ୍‌ରେ ଏମିତି କିଛି ଯୋଡ଼ି ଅଛନ୍ତି ଯିଏ ରିଲ୍‌ ଲାଇଫ୍‌ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କିଛି ଯୋଡ଼ିଙ୍କ ସମ୍ପର୍କ ଅଧାରୁ ଭାଙ୍ଗି ଯାଇଥିବାବେଳେ ଆଉ କିଛି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ରେଖା ହେଉଛନ୍ତି ଜଣେ। ରେଖା ଅଭିନେତା ବିନୋଦ ମେହେରାଙ୍କୁ କଲିକତାରେ ପ୍ରେମବିବାହ କରିଥିଲେ। ଏହା ପରେ ବିନୋଦ ରେଖାଙ୍କୁ ନେଇ ଘରକୁ ଯାଇଥିଲେ। ରେଖା ବିନୋଦଙ୍କ ମା’ଙ୍କ ପାଦ ଛୁଇଁ ପ୍ରଣାମ କରିବାକୁ ଯିବାରୁ ତାଙ୍କ ମା’ ରେଖାଙ୍କୁ ଧକ୍କା ପକାଇଥିଲେ। ଘର ଭିତରକୁ ପଶିବାକୁ ଦେଇ ନ ଥିଲେ। ବହୁତ ଗାଳି ମଧ୍ୟ ଦେଇଥିଲେ। ଏପରିକି ବିନୋଦଙ୍କୁ ଘରୁ ବାହାରିଯିବାକୁ କହିଥିଲେ। ରେଖା-ବିନୋଦଙ୍କ ସମ୍ପର୍କ ବେଶୀଦିନ ତିଷ୍ଠି ନ ଥିଲା।

କହିରଖୁଛୁ, ବିନୋଦ ତାଙ୍କ କ୍ୟାରିିୟର ‘ଏକ୍‌ କୀ ରୀତା’ଫିଲ୍ମରେ ଆରମ୍ଭ କରିଥିଲେ। ତାଙ୍କ ସହ ଅଭିନେତ୍ରୀ ଥିଲେ ତନୁଜା। ବିନୋଦଙ୍କ ଫିଲ୍ମ କ୍ୟାରିୟର ଠିକ୍‌ ଠାକ୍‌ ଚାଲିଥିଲା। ବିନୋଦଙ୍କ ମା’ କମଳା ତାଙ୍କ ବାହାଘର ମୀନା ବ୍ରେକା ନାମକ ଜଣେ ଝିଅ ସହିତ କରାଇଦେଲେ। ବିନୋଦ ବି ମା’ଙ୍କ କଥାରେ ରାଜି ହୋଇଯାଇଥିଲେ। କାରଣ ସେ ତାଙ୍କ ମା’ଙ୍କୁ ବହୁତ ମାନୁଥିଲେ। ବିବାହର କିଛିଦିନ ପରେ ବିନୋଦ ଆଉ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ତେଣୁ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ବିନ୍ଦିୟା ଗୋସ୍ବାମୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏମାନଙ୍କ ମଧ୍ୟରେ ବି ଭଲ ପଡ଼ିଲା ନାହିଁ। ବିନ୍ଦିୟା ବିନୋଦଙ୍କୁ ଛାଡ଼ି ନିର୍ଦ୍ଦେଶକ ଜେପି ଦତ୍ତଙ୍କୁ ବିବାହ କରିନେଲେ। ବିନ୍ଦିୟା ଯିବା ପରେ ବିନୋଦ ବହୁଦିନ ଏକା ଏକା ରହିଲେ।

ପରେ ଅଭିନେତ୍ରୀ ରେଖାଙ୍କ ସହ ତାଙ୍କ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ବିନୋଦ ରେଖାଙ୍କୁ ତୃତୀୟ ସ୍ତ୍ରୀ ଭାବେ କଲିକତାରେ ବିବାହ କରିଥିଲେ। କିନ୍ତୁ ରେଖାଙ୍କ ସହ ବି ବଚ୍ଛେଦ ଘଟିଥଲା। ପରେ ୧୯୮୮ରେ କିରଣଙ୍କୁ ବିବାହ କରିଥିଲେ ବିନୋଦ। ଦୁର୍ଭାଗ୍ୟବଶତଃ ବିବାହର ଦୁଇବର୍ଷ ପରେ କିରଣଙ୍କର ବି ମୃତ୍ୟୁ ଘଟିଥିଲା। ତାଙ୍କର ଏବେ ଦୁଇଟି ଝିଅପୁଅ ଅଛନ୍ତି। ଝିଅ ସୋନିଆ ଏବଂ ପୁଅ ରୋହନ ଆଜି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି।

Share