ଏହି ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଷ୍ଟାରକିଡ୍‌ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ ଏବେ ତାଙ୍କ ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ସେ ଯାହା ଆଶା ରଖିଥିଲେ ତାହା ଏବେ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ଅନନ୍ୟା। ତାଙ୍କର ବହୁ ଦିନରୁ ଇଚ୍ଛାଥିଲା ସେ ବଲିଉଡ୍‌ ନାୟିକା ଦୀପିକା ପାଦୁକୋନଙ୍କ ସହ ଅଭିନୟ କରିବେ। ଏବେ ଶୁଣିବାକୁ ମିଳିଛି କି ଅନନ୍ୟା ତାଙ୍କ ପରବର୍ତ୍ତି ପ୍ରୋଜେକ୍ଟରେ ଦୀପିକାଙ୍କ ସହ ନଜର ଆସିପାରନ୍ତି। ଏହା ବଲିଉଡ୍‌ ନିର୍ଦ୍ଦେଶକ କରନ ଜୋହରଙ୍କ ଧର୍ମା ପ୍ରଡକସନ୍‌ ବ୍ୟାନରରେ ପ୍ରସ୍ତୁତ କରାଯିବାକୁ ଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇପାରନ୍ତି ଶକୁନ ବତ୍ରା। ପୁଣିଥରେ ଧର୍ମା ପ୍ରଡକସନ୍‌ରେ କାମ କରିବାର ସୁଯୋଗ ମିଳିଥିବାରୁ ଅନନ୍ୟା ନିଜର ଖୁସି ବ୍ୟକ୍ତ କରିଛନ୍ତି। ଏହାସହ ଅନନ୍ୟା, ଇସାନ ଖଟ୍ଟରଙ୍କ ସହ ଫିଲ୍ମ ‘ଖାଲି ପିଲି’ରେ ନଜର ଆସିବେ। ଏହାର ଶୁଟିଂ ଆରମ୍ଭ ହୋଇ ଯାଇଥିବା ଜଣାପଡିଛି।

Share