Categories: ଖେଳ

ଏହି ଅଭିନେତ୍ରୀଙ୍କ ସହ ଫଟୋ ଶେୟାର କରି ଚର୍ଚ୍ଚାରେ କ୍ରିକେଟର କେ.ଏଲ୍‌. ରାହୁଲ

ଭାରତୀୟ କ୍ରିକେଟରମାନେ ବଲିଉଡ୍‌ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର କେ.ଏଲ.ରାହୁଲ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କୁ ଡେଟ କରୁଥିବା ନେଇ ଏବେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାହୁଲ ଆଥିଆଙ୍କ ସହ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ରାହୁଲ ଏକ ଫୋନ ରିସିଭର ଧରିଥିବାବେଳେ ଆଥିଆ ହସୁଥିବାର ଦେଖାଯାଇଛି। ଫଟୋ କ୍ୟାପ୍‌ସନରେ ରାହୁଲ ଲେଖିଛନ୍ତି ହ୍ୟାଲୋ…ଦେବୀପ୍ରସାଦ।  ଏହା ଆଥିଆଙ୍କ ପିତା ସୁନୀଲ ସେଟ୍ଟୀଙ୍କ ଫିଲ୍ମ ‘ହେରା ଫେରି’ ଏକ ଜଣାଶୁଣା ଡାଏଲଗ। ଫଟୋରେ ସୁନୀଲ ଲାଫିଙ୍ଗ୍‌ ଇମୋଜି ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାପରେ ରାହୁଲ ଏବଂ ଆଥିଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଆହୁରି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ ରାହୁଲଙ୍କ ନାଁ ଅଭିନେତ୍ରୀ ସୋନାଲ ଚୌହାନ ଏବଂ ନିଧି ଅଗ୍ରଓ୍ବାଲଙ୍କ ସହ ଯୋଡା ଯାଉଥିଲା।

Share