Advertisement

ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କ ଆପାର୍ଟମେଣ୍ଟକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। କାରଣ ତାଙ୍କ ଆପାର୍ଟମେଣ୍ଟରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ପୀଡିତ ବ୍ୟକ୍ତି ନିକଟରେ ସ୍ପେନ୍‌ରୁ ଆସିଥିବା ବେଳେ ଏୟାରପୋର୍ଟରେ ତାଙ୍କ ରିପୋର୍ଟ କେରାନା ନେଗେଟିଭ୍‌ ଆସିଥିଲା। ୧୨ ଦିନ ପରେ ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବାରୁ ଯାଞ୍ଚ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଆଇସୋଲେଶନ୍‌ରେ ରଖାଯାଇଛି। ଅନ୍ୟମାନଙ୍କୁ କରୋନା ଭାଇରସ୍‌ ନ ବ୍ୟାପିବା ପାଇଁ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଆପାର୍ଟମେଣ୍ଟକୁ ମୁମ୍ବାଇ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ସୂଚନା ମୁତାବକ ଅଭିନେତ୍ରୀ ଅଙ୍କିତାଙ୍କ ସହ ଏହି ଆପାର୍ଟମେଣ୍ଟରେ ବହୁ ନାମୀଦାମି ସେଲିବ୍ରିଟି ରହୁଛନ୍ତି। କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହେବା ପରେ ସେଠାରେ ଭୟର ବାତାବରଣ ଖେଳିଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share