ଏହି ଅଭିନେତ୍ରୀଙ୍କ ସ୍ବପ୍ନରେ ଆସିଲେ ସୁଶାନ୍ତ ସିଂ ରାଜପୁତ! କହିଲେ ତୁମ ପୁଅ ହୋଇ ଜନ୍ମ ନେବି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାକୁ ତାଙ୍କ କୋ-ଷ୍ଟାରମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ସହ ଥିବା ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ବଲିଉଡ୍‌ର ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ସୁଶାନ୍ତଙ୍କୁ ନେଇ ଏକ ଅଜବ କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସୁଶାନ୍ତ ମୋ ସ୍ବପ୍ନରେ ଆସି କହିଛନ୍ତି ମୁଁ ତୁମ ପୁଅ ହୋଇ ଜନ୍ମ ନେବି। ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କହିଛନ୍ତି, ସୁଶାନ୍ତ ମୋ ସ୍ବପ୍ନରେ ଆସିଥିଲେ ଏବଂ ମୋ ସହ କଥା ମଧ୍ୟ ହୋଇଥିଲେ। ସେ ପୁଣିଥରେ ମୋ କୋଳରେ ଜନ୍ମନେବେ ବୋଲି ମୋତେ କହିଛନ୍ତି। ଏହି ସ୍ବପ୍ନ ମୁଁ ଭୋରୁ ଦେଖିଛି। ଯାହା ନିଶ୍ଚୟ ସତ ହେବ ବୋଲି ରାକ୍ଷୀ କହିଛନ୍ତି। ଏହି ଭିଡିଓକୁ ନେଇ ତାଙ୍କୁ ଟ୍ରୋଲ୍‌ କରିଛନ୍ତି ଯୁଜର୍ସ। ଜଣେ ମୃତ୍ୟୁ ବ୍ୟକ୍ତିଙ୍କୁ ନେଇ ଏଭିତି ଭିଡିଓ ପ୍ରସ୍ତୁତ କରିବା ଆଦୌ ଉଚିତ୍‌ ନୁହେଁ ବୋଲି ସେମାନେ କହିଛନ୍ତି।

Share