ଏହି ଉପାୟରେ ଦୂର କରନ୍ତୁ ବ୍ରଣ ସମସ୍ୟା

ଆଜିକାଲି ଯୁବପିଢ଼ିଙ୍କଠାରେ ବ୍ରଣ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଯୁବକମାନଙ୍କଠାରୁ ଯୁବତୀଙ୍କ ଠାରେ ଏହି ସମସ୍ୟା ବେଶୀ ଦେଖା ଦେଉଛି। ଫଳରେ ସେମାନେ ଚିନ୍ତିତ ହୋଇପଡୁଛନ୍ତି। ଔଷଧ ନ ଖାଇ ମଧ୍ୟ ପ୍ରାକୃତିକ ଉପାୟରେ ବ୍ରଣ ସମସ୍ୟା ଦୂର ହୋଇପାରିବ। ଜାଣନ୍ତୁ ଏ ସମ୍ପର୍କରେ…

– ମୁହଁରେ ବ୍ରଣ ହେଲେ ଏହା ପୂର୍ବରୁ ସେହି ସ୍ଥାନଟି ଖୁବ୍‌ ଦରଜ ହୋଇଥାଏ। ଟି-ଟ୍ରି ଅଏଲ ଏବଂ ଆଲୋଭେରା ଜେଲ୍‌ ମିଶାଇ ପ୍ରଭାବିତ ସ୍ଥାନରେ ଲଗାଇ ଦିଅନ୍ତୁ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ରହିଛି। ଯାହା ବ୍ରଣ ଭଲ କରିବାରେ ସହାୟକ ହେବ।

– ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବେ ଧୋଇ ଧଳା ଟୁଥ୍‌ପେଷ୍ଟ ଲଗାନ୍ତୁ। ସକାଳୁ ଉଠି ମୁହଁ ଧୋଇ ଦିଅନ୍ତୁ। ନିୟମିତଭାବେ ଏପରି କରନ୍ତୁ। ମନେ ରଖନ୍ତୁ କେବଳ ଧଳା ପେଷ୍ଟ ହିଁ ବ୍ୟବହାର କରିବେ।

– ତୈଳାକ୍ତ, ମସଲାଯୁକ୍ତ, ଦୁଗ୍ଧଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ମୁହଁକୁ ଦିନ ଭିତରେ ଅତି କମ୍‌ରେ ଦୁଇଥର ଧୁଅନ୍ତୁ।