ଏହି କବର ସ୍ଥାନରେ ମୃତଦେହକୁ କବର ଦିଆଯାଏ ନାହିଁ

କବର ସ୍ଥାନର କଥା ଶୁଣିଲେ ମନକୁ ଆପଣାଛାଏଁ ଆସେ କି ଯେଉଁଠି ମଣିଷଙ୍କ ମୃତଦେହକୁ କବର ଦିଆଯାଇଥାଏ। ହେଲେ ଏହି କବର ସ୍ଥାନ ସବୁଠାରୁ ନିଆରା। ସିବେଲ ଆଉଲାଣ୍ଡ ଭାବେ ପରିଚିତ ଏହି ଦ୍ୱୀପକୁ ‘ଜଙ୍ଗଲି ଘୋଡ଼ାଙ୍କ ଘର’ ବୋଲି ମଧ୍ୟ କୁହାଯାଏ। ଏହାକୁ ‘ସମୁଦ୍ରର କବରସ୍ଥାନ’ବୋଲି କୁହାଯାଏ। ଏହାପଛରେ ଏକ କାରଣ ରହିଛି। ଏହା କାନାଡର ନୋଭା ସ୍କୋଟିଆରୁ ପ୍ରାୟ ୧୦୦ ମାଇଲ ଦୂରରେ ଅବସ୍ଥିତ ଏକ ଦ୍ୱୀପ। ଏହି ଦ୍ୱୀପର ଲମ୍ବ ପ୍ରାୟ ୪୨ କିଲୋମିଟର ହୋଇଥିବା ବେଳେ ଏହାର ପ୍ରସ୍ଥ ୧.୫ କିଲୋମିଟର। ଲୋକକଥା ଅନୁଯାୟୀ, ଏହି ଦ୍ୱୀପରେ ସବୁବେଳେ ଘନ କୁହୁଡି ଓ ସମୁଦ୍ର ବାଲି ପରି ଦୃଶ୍ୟ ନଜର ଆସୁଥିବାରୁ ଏହି ବାଟଦେଇ ଯାଉଥିବା କିଛି ଜାହାଜ ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥାଆନ୍ତି। ଏପର୍ଯ୍ୟନ୍ତ ଏଠାରେ ଦୁର୍ଘଟଣାର ଶିକାର ହୋଇଥିବା କୌଣସି ଜାହାଜକୁ ଫେରାଇ ଅଣାଯାଇ ନ ଥିବା କୁହାଯାଏ। ତେଣୁ ଏହି ଦ୍ୱୀପକୁ ଜାହାଜର କବରସ୍ଥାନ ବୋଲି ମଧ୍ୟ କୁହାଯାଏ। ସେଥିପାଇଁ ଅନେକ ଏହାକୁ ମଣିଷ ନୁହେଁ ଜାହାଜର କବରସ୍ଥାନ ବୋଲି କହିଥାଆନ୍ତି।

Share