ଏହି କବାଡ଼ି ପ୍ରତିଯୋଗୀତାରେ ପୁରସ୍କାର ମିଳେ କୁକୁଡ଼ା, ମାଛ

କବାଡ଼ି ଖେଳ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଏହା ଗାଁଠରୁ ସହର ସମସ୍ତ ବ୍ୟକ୍ତିଙ୍କୁ ଆକର୍ଷିତ କରିଥାଏ। ହେଲେ ଛତିଶଗଡ଼ ଗରିଆବନ୍ଦ ଜିଲାରେ ଆୟୋଜିତ ହୁଏ ଏମିତି ଏକ କବାଡ଼ି ପ୍ରତିଯୋଗିତା ଯେଉଁଥିରେ ପୁରସ୍କାର ଦର୍ଶକ ତଥା ପ୍ରତିଯୋଗୀଙ୍କୁ ଆକର୍ଷିତ କରେ ବୋଲି କୁହାଯାଏ। କାରଣ ଏଥିରେ ପୁରସ୍କାର ସ୍ବରୂପ ଛେଳି, କୁକୁଡା ଓ ମାଛ ଦିଆଯାଇଥାଏ। ଯେଉଁଥିପାଇଁ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ ଏଥିରେ ପ୍ରଥମ ପୁରସ୍କାର ପାଇଁ ଗୋଟିଏ ଛେଳି, ଦ୍ୱିତୀୟ ପୁରସ୍କାରରେ ୨୦ କିଲୋ କୁକୁଡା, ତୃତୀୟ ପୁରସ୍କାରରେ ୧୫ କିଲୋ ମାଛ ଓ ଚତୁର୍ଥ ପୁରସ୍କାର ଭାବେ ୨ଶହ ଅଣ୍ଡା ଦିଆଯାଇଥାଏ।

Share