ରାଜସ୍ଥାନରେ ପ୍ରଭୁ ରାମଦେବ ବାବାଙ୍କ ମନ୍ଦିର ରହିଛି । ଯୋଧପୁରର ମସୁରିୟା ଅଞ୍ଚଳରେ ଥିବା ଏହି ମନ୍ଦିର ପରିସରରେ ରହିଛି ଏକ ଦିବ୍ୟ କୁଣ୍ଡ। ଏହାକୁ ଲୋକେ ପରର୍ଚା ନାଡ଼ି କୂଅ କହିଥାନ୍ତି। ଏଥିରେ ଗାଧୋଇଲେ ଦେଖିପାରୁ ନ ଥିବା ଲୋକଙ୍କର ମଧ୍ୟ ଦୃଷ୍ଟିଶକ୍ତି ଫେରିଆସେ ବୋଲି ବିଶ୍ୱାସ ରହିଛି। ଲୋକେ କୁହନ୍ତି, କୁଣ୍ଡ ପାଣିରେ ଗାଧୋଇଲେ ସମସ୍ତ ପ୍ରକାର ବ୍ୟାଧିରୁ ମୁକ୍ତି ମିଳେ। ଏହା ସହିତ ପ୍ରେତାତ୍ମା ପ୍ରଭାବରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି। ପ୍ରତିବର୍ଷ ଶୀତଋତୁରେ ଏଠାରେ ବଡ଼ ମେଳା ହୋଇଥାଏ। ମେଳାରେ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଯୋଗ ଦେଇଥାନ୍ତି। କୁଣ୍ଡରେ ଗାଧୋଇବା ସହିତ ଲୋକେ ଏହାର ପବିତ୍ର ପାଣି ବୋତଲରେ ଘରକୁ ନେଇଥାନ୍ତି।