Categories: ଫୁରସତ

ଏହି କୂଅରୁ ବାହାରୁଛି ଉଜ୍ଜ୍ୱଳ ଆଲୋକ, ବୈଜ୍ଞାନିକମାନେ ବି ଖୋଜି ପାଉନାହାନ୍ତି କାରଣ

ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟାବୃତ୍ତ। ଏପରି ଏକ ଅଦ୍ଭୁତ ସ୍ଥାନ ରହିଛି ପର୍ତ୍ତୁଗାଲର ସିନ୍ତାରାରେ। ଏହି ସ୍ଥାନରେ ଏକ ଅଜବ କୂଅ ରହିଛି। ଏହି କୂଅ ଭିତରେ ଉଜ୍ଜ୍ୱଳ ଆଲୋକ ଦେଖିବାକୁ ମିଳେ। ଏହି ଆଲୋକ କାହିଁକି କେଉଁଠୁ ଆସୁଛି ସେ ସମ୍ପର୍କରେ କେହି ବି କିଛି ଜାଣି ପାରୁନାହାନ୍ତି। ଲୋକଙ୍କ ପାଇଁ ଏହା ରହସ୍ୟାବୃତ୍ତ ହୋଇ ରହିଯାଇଛି। ଏହି କୂଅକୁ ଦେଖିବା ପାଇଁ ହଜାର ହଜାର ଲୋକ ଯାଇଥା’ନ୍ତି।


ଅନ୍ୟପକ୍ଷରେ ବୈଜ୍ଞାନିକମାନେ ମଧ୍ୟ ଆଜିର ଦିନରେ ଏହି ଆଲୋକ ସମ୍ପର୍କରେ କୌଣସି ତଥ୍ୟ ଦେଇପାରୁନାହାନ୍ତି କି କାରଣ ଖୋଜି ପାଉନାହାନ୍ତି। ପର୍ତ୍ତୁଗାଲର ଲୋକମାନେ ଏହି କୂଅର ନାଁ ଦେଇଛନ୍ତି ‘ଉଇସିଂ ଓ୍ବେଲ୍‌’। ଅର୍ଥାତ୍‌ ଯାହା ମାଗିବ ତାହା ମିଳିବ। ସେଠାକାର ଲୋକଙ୍କର ବିଶ୍ୱାସ ରହିଛି, ଏହି କୂଅ ମନସ୍କାମନା ପୂରଣ କରିଥାଏ। କୂଅଟି ପଥରରେ ନିର୍ମିତ ହୋଇଛି। ପ୍ରାଚୀନ କାଳରେ ପାଣିକୁ ଗୋଟିଏ ସ୍ଥାନରେ ଆବଦ୍ଧ ରଖିବା ପାଇଁ ଏହା ନିର୍ମାଣ କରାଯାଇଥିଲା। ଏହି କୂଅର ଗଭୀର ୪ ତଳ ବିଶିଷ୍ଟ ପ୍ରାସାଦ ପରି। ଉପରୁ ଥାଇ ଭିତରକୁ ଚାହିଁଲେ ଭୟରେ ଦେହ ଥରିଉଠିବ।

Share