ଏହି କୋର୍ସରେ ଫେଲ୍‌ ହେଲେ ସାରା ଜୀବନ ରହିବେ ଅବିବାହିତ

ଜାକର୍ତ୍ତା,୨୮।୧୧: ବିବାହକୁ ନେଇ ଇଣ୍ଡୋନେସିଆ ସରକାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ବିବାହ ପରେ ଯେମିତି ଦାମ୍ପତ୍ୟ ଜୀବନରେ କୌଣସି ବିଭ୍ରାଟ ନ ଘଟେ ସେଥିପାଇଁ ଏଠାକାର ସରକାର ଏକ ପ୍ରି-ଓ୍ବେଡିଂ କୋର୍ସ ଆରମ୍ଭ କରିଛନ୍ତି। ବିବାହ କରିବାକୁ ଥିବା ଯୁବକ-ଯୁବତୀ ଏହି କୋର୍ସ କରିବେ। ଏହି କୋର୍ସ ପାସ୍‌ କଲା ପରେ ହିଁ ଜଣେ ବିବାହ କରିପାରିବ ନଚେତ୍‌ ସାରା ଜୀବନ ଅବିବାହିତ ରହିବାର ନିୟମ ରହିଛି। ୨୦୨୦ରୁ ପ୍ରି-ଓ୍ବେଡିଂ ନିଃଶୁଳ୍କ କୋର୍ସ ଆରମ୍ଭ ହେବ। ହ୍ୟୁମାନ ଡେଭଲପ୍‌ମେଣ୍ଟ ଆଣ୍ଡ୍‌ କଲ୍‌ଚର ଆଫେୟାର୍ସ, ମିନିଷ୍ଟ୍ରି ଅଫ୍‌ ରିଲିଜନ୍‌ ଏବଂ ମିନିଷ୍ଟ୍ରି ଅଫ୍‌ ହେଲଥ୍‌ ଡିପାର୍ଟମେଣ୍ଟ ପ୍ରୟାସରେ ଏହି କୋର୍ସ ପ୍ରସ୍ତୁତ କରାଯାଇଛି। ବିବାହ ପରେ ଜୀବନରେ ଆସିବାକୁ ଥିବା ପରିବର୍ତ୍ତନ ବାବଦରେ ଏହି କୋର୍ସରେ ପଢାଯିବ। ଏହି କୋର୍ସ ୩ ମାସ ଧରି ପଢାଯିବ। ଆଜିକାଲି ବିବାହ ବେଶୀ ଦିନ ତିଷ୍ଠି ପାରୁ ନ ଥିବାରୁ ଇଣ୍ଡୋନେସିଆ ସରକାର ଏଭଳି ପଦକ୍ଷେପ ନିଆଯାଇଛି।

Share