Categories: ଖେଳ

ଏହି କ୍ରିକେଟରଙ୍କୁ କରୋନା

କରାଚି,୨୭।୫: ପାକିସ୍ତାନର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ତୌଫିକ୍‌ ଉମର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏବେ ସେ ଘରେ କ୍ୱାରାଣ୍ଟାଇନ୍‌ରେ ରହିବେ। ଅସୁସ୍ଥ ଅନୁଭବ କରିବାରୁ ମୁଁ ଟେଷ୍ଟ କରିଥିଲି। ମୋ ଭିତରେ ଥିବା ଲକ୍ଷଣ ସେତେଟା ଗୁରୁତର ନୁହେଁ, ତେଣୁ ମୁଁ ଘରେ ଆଇସୋଲେଟ୍‌ କରିଛି ବୋଲି ସେ କହିଛନ୍ତି। ତୌଫିକ୍‌ ପାକିସ୍ତାନ ପକ୍ଷରୁ ୪୪ଟି ଟେଷ୍ଟ ଖେଲି ୩୭.୯୮ ହାରରେ ୨୯୬୩ ରନ୍‌ ଏବଂ ୨୨ଟି ଦିନିଆ ମ୍ୟାଚ୍‌ ଖେଳି ୫୦୪ ରନ୍‌ ସଂଗ୍ରହ କରିଛନ୍ତି। ୨୦୧୪ରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଲିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ କେତେକ ଫୁଟବଲ୍‌ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।

Share