Categories: ଖେଳ

ଏହି କ୍ରିକେଟରଙ୍କୁ ବିବାହ ପ୍ରସ୍ତାବ ଦେଲେ ଅଭିନେତ୍ରୀ

ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଲରାଉଣ୍ଡର ଜିମି ନିଶାମଙ୍କ ବିବାହ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ସେହର ଶିନଓ୍ବାରୀ। ସେ ଜିମିଙ୍କ ଏକ ଟୁଇଟରେ ଲେଖିଛନ୍ତି, କ’ଣ ଆପଣ ଭବିଷ୍ୟତରେ ହେବାକୁ ଥିବା ମୋ ପିଲାଙ୍କ ପିତା ହେବାକୁ ଚାହିଁବେ। ଏହା ପଛରେ ସେ ଦୁଇଟି ମଜାଳିଆ ଇମୋଜି ଦେଇଥିଲେ। ଏହି ଟୁଇଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାପରେ ନିଶାମ୍‌ କହିଥିଲେ, ବାକି ସବୁତ ଠିକ୍‌ ଥିଲା କିନ୍ତୁ ଶେଷ ଦୁଇଟି ଇମୋଜି ଜରୁରୀ ନ ଥିଲା। ଭାରତୀୟ ଫ୍ୟାନ୍ସମାନେ ଶିନଓ୍ବାରୀଙ୍କୁ ଟ୍ରୋଲ୍‌ କରି ଜିମିଙ୍କୁ ଆତଙ୍କବାଦୀ ରାଷ୍ଟ୍ରରେ ବିବାହ ନ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଏଥିରେ ଭାରତୀୟ ଫ୍ୟାନ୍‌ଙ୍କ ଉପରେ ରାଗିଯାଇଥିଲେ ଶିନଓ୍ବାରୀ। ସୂଚନାଯୋଗ୍ୟ, ଜିମି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥାନ୍ତି। ବେଳେବେଳେ ମଜାଳିଆ ଟୁଇଟ୍‌ କରି ନିଜ ଫ୍ୟାନମାନଙ୍କ ହସାଇଥିଲେ। ନିକଟରେ ସେ ବିରାଟ କୋହଲିଙ୍କ ଉପରେ ଟୁଇଟ୍‌ କରି ଟ୍ରୋଲ୍‌ ହୋଇଥିଲେ।

Share