Categories: ଖେଳ

ଏହି କ୍ରିକେଟରଙ୍କ ମା’ଙ୍କ ପରଲୋକ

ଆଫଗାନିସ୍ତାନର ଷ୍ଟାର୍‌ କ୍ରିକେଟର ରଶିଦ ଖାନ୍‌ଙ୍କ ମା’ଙ୍କ ପରଲୋକ ଘଟିଛି। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ। ଏନେଇ ରଶିଦ୍‌ ନିଜେ ଟୁଇଟ୍‌ କରି କହିଛନ୍ତି। ତୁମେ ମୋ ଘର ଥିଲ, ମୋତେ ବିଶ୍ୱାସ ହେଉନି ତୁମେ ମୋତେ ଛାଡିଚାଲିଗଲ, ସବୁବେଳେ ତୁମେ ମୋ ହୃଦୟରେ ରହିବ ବୋଲି ରଶିଦ୍‌ କହିଛନ୍ତି। କିଛିଦିନ ପୂର୍ବରୁ ମା’ ଅସୁସ୍ଥ ଥିବାରୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, ରଶିଦ୍‌ ଆଫଗାନିସ୍ତାନ କ୍ରିକେଟରେ ଜଣେ ପ୍ରତିଭାଶାଳୀ ଖେଳାଳି ଭାବେ ଗଣା। ସେ ନିଜ ପ୍ରଦର୍ଶନ ଜରିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ଆଇପିଏଲରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।

Share