Categories: ଖେଳ

ଏହି କ୍ରିକେଟର୍‌ଙ୍କୁ ଡେଟ୍‌ କରୁଛନ୍ତି ଶାହାରୁଖଙ୍କ ଝିଅ!

ଚେନ୍ନାଇ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ମାଲିକ ଶାହାରୁଖ ଖାନ ତାଙ୍କ ଦଳର ଆଇପିଏଲ ୨୦୨୪ ଚାମ୍ପିଅନ ହୋଇଥିବାର ଦେଖି ବେଶ୍‌ ଖୁସି ଅଛନ୍ତି। କିଙ୍ଗ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ କେକେଆର ଟ୍ରଫି ଜିତିବାର ଏକ ଅଂଶ ହୋଇଥିଲେ ଏବଂ ସେ ତାଙ୍କ ପିତାଙ୍କୁ ଆଲିଙ୍ଗନ କରିବା ପରେ ଭାବପ୍ରବଣ ହୋଇଥିଲେ। ଶାହାରୁଖଙ୍କୁ ଆଲିଙ୍ଗନ କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏବେ ଚର୍ଚ୍ଚା ହେଉଛି, ସୁହାନା କେକେଆରର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଡେଟ କରୁଛନ୍ତି। ଗତ ବର୍ଷ ମଧ୍ୟ ରିଙ୍କୁ ଏବଂ ସୁହାନାଙ୍କ ସମ୍ପର୍କ ବିଷୟରେ ଗୁଜବ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୁଣି ଥରେ ରିଙ୍କୁ-ସୁହାନା ଡେଟ୍‌ ଖବରକୁ ନେଇ ପୁଣି ଗୁଜବ ଉଠିଛି।
କିଛି ଦିନ ପୂର୍ବରୁ ସୁହାନା ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କୁ ଡେଟିଂ କରୁଥିବା ଚର୍ଚ୍ଚା ହେଉଥିଲା।

Share