Categories: ଖେଳ

ଏହି ଖେଳାଳିଙ୍କୁ ହୋଇଛି ବ୍ରେନ୍‌ ଟ୍ୟୁମର୍‌:କହିଲେ, ଯୁବରାଜଙ୍କ ଭଳି ରୋଗ ସହ ଲଢିବି

ଢାକା,୧।୧୦: ବାଲାଂଦେଶର ବାମହାତୀ ସ୍ପିନର୍‌ ମୋଶରଫ ହୁସେନ୍‌ ମାରାତ୍ମକ ରୋଗ ବ୍ରେନ୍‌ ଟ୍ୟୁମର୍‌ ସହ ଲଢୁଛନ୍ତି। ଭାରତର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କ ପରି ରୋଗ ସହ ଲଡିବାକୁ ଚାହିଁଛନ୍ତି ହୁସେନ୍‌। ରୋଗ ପାଇଁ ଖର୍ଚ୍ଚ କରିବାକୁ ପାଖରେ ଟଙ୍କା ନ ଥିଲେ ମଧ୍ୟ ସେ ନିଜ ଘର ବିକ୍ରି କରିବୋକୁ ନିଷ୍ପତ୍ତି ନେଇଛନ୍ତି। ମୋ ପାଖରେ ୬୦ରୁ ୭୦ଲକ୍ଷ ଟଙ୍କା ଥିଲା। ଯାହା ରୋଗରେ ଖର୍ଚ୍ଚ ହୋଇଯାଇଛି। ଏବେ ଆହୁରି ୧.୧୯ କୋଟି ଟଙ୍କା ଆବଶ୍ୟକ ଥିବାବେଳେ ମୋ ପାଖରେ ଆଉ ଟଙ୍କା ନାହିଁ। ତେଣୁ ଘର ବିକିବାକୁ ବାଧ୍ୟ ହେଲି ବୋଲି ହୁସେନ୍‌ କହିଛନ୍ତି। ବାଲାଂଦେଶ ପାଇଁ ୫ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିବା ହୁସେନ୍‌ ବାଲାଂଦେଶ ପ୍ରିମୟର୍‌ ଲିଗ୍‌ ଖେଳୁଥିବାବେଳେ ହଠାତ୍‌ ପଡିଆରେ ପଡିଯାଇଥିଲେ। ଚିକିତ୍ସା କରାଯିବା ପରେ ତାଙ୍କୁ ବେନ୍‌ ଟ୍ୟୁମର୍‌ ହୋଇଥିବା ଜଣାପଡିଥିଲା। ସୂଚନାଯୋଗ୍ୟ, ଯୁବରାଜ ୨୦୧୧ ବିଶ୍ୱକପ ପରେ ଯୁବରାଜ ସିଂଙ୍କୁ କ୍ୟାନସର୍‌ ହୋଇଥିବା ଜଣାପଡିଥିଲା। ସେ ଆମେରିକାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Share