Categories: ଫୁରସତ

ଏହି ଗଛରେ ଫଳେ ଟଙ୍କା

ବ୍ରିଟେନର ପିଙ୍କ ଜିଲାରେ ଏମିତି ଏକ ଗଛ ରହିଛି ଯେଉଁଥିରେ ଟଙ୍କା ଫଳେ ବୋଲି କୁହାଯାଏ। ତେବେ ଲକ୍ଷ୍ୟକଲେ ଦେଖାଯାଏ ଗଛର ଗଣ୍ଡିରେ ବିଭିନ୍ନ ଦେଶର କଏନ ଲାଗି ରହିଥାଏ। କେହି ଏହାକୁ ନେବାକୁ ସାହସ ମଧ୍ୟ କରନ୍ତି ନାହିଁ। ଲୋକକଥା ଅନୁଯାୟୀ, ବିଭିନ୍ନ ରାଜ୍ୟ ତଥା ଦେଶରୁ ଲୋକେ ଏହି ଗଛରେ କଏନ୍‌ ବା ମୁଦ୍ରା ଲଗାଇବା ପାଇଁ ଆସନ୍ତି। କାରଣ ଏହି ଗଛରେ ମୁଦ୍ରା ଲଗାଇ ଯାହା ମନସ୍କାମନା କରାଯାଏ ତାହା ପୂରଣ ହୋଇଥାଏ। ତେଣୁ ଗଛଟିର ଗଣ୍ଡିରେ କାହିଁ କେଉଁ କାଳରୁ ବିଭିନ୍ନ ଦେଶର ମୁଦ୍ରା ଲାଗିଥିବା ଦେଖାଯାଏ। ଏହାକୁ କେହି କେହି ଟଙ୍କା ଗଛ ବା ମୁଦ୍ରା ଗଛ ବୋଲି ମଧ୍ୟ କହିଥାଆନ୍ତି।

Share