Advertisement

ଏହି ଗଛ ଦିଏ ବର୍ଷାର ଆଗୁଆ ସୂଚନା…

ଗୁଜରାଟରେ ରହିଛି କିଛି ଗଛ ଯିଏ ବର୍ଷା ସମ୍ପର୍କରେ ସୂଚନା ଦେଇଥାନ୍ତି । ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ୍ୟ। ସ୍ଥାନୀୟ ଶିତଳା ମାତା ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ପ୍ରକାର ଗଛର ବୃଦ୍ଧିକୁ ଦେଖି ବର୍ଷା ହେବ କି ନାହିଁ ତାହା ସେଠାକାର ଲୋକେ ଜାଣିପାରୁଛନ୍ତି। ଏପ୍ରକାର ଗଛ ପ୍ରାୟତଃ ବାଗଡ଼ ଅଞ୍ଚଳର ଗାଲିୟାକୋଟରେ ଦେଖାଯାଇଥାଏ। ଏଠାରେ ଥିବା ଶିତଳା ମାତାଙ୍କ ମନ୍ଦିରର ଛାତ ନାହିଁ। ମନ୍ଦିରରେ ମାତାଙ୍କ ମୂର୍ତ୍ତିର ଠିକ୍‌ ପଛରେ ଏହି ପ୍ରଜାତିର ଗଛ ପ୍ରତିବର୍ଷ ଆଷାଢ଼ ମାସରେ ଆପେ ଆପେ ଉଠେ। ସ୍ଥାନୀୟ ଭାଷାରେ ଏହି ଗଛକୁ ‘ହରଣ’ କୁହାଯାଏ। ଗଛର ବୃଦ୍ଧି ଭଲ ହେଲେ ଆସନ୍ତା ବର୍ଷ ସେଠାରେ ଆଶାଜନକ ବର୍ଷା ହେବ ବୋଲି କୁହାଯାଇଥାଏ। ଏହି ଗଛ ଦୁର୍ଗାପୂଜା ସମୟରେ ମରିଯାଏ। ମନ୍ଦିର ପୁରୋହିତଙ୍କ କହିବା ଅନୁସାରେ ଅତି ପ୍ରାଚୀନ କାଳରୁ ଏହି ସ୍ଥାନରେ ଗଛ ଏମିତି ପ୍ରତିବର୍ଷ ଉଠେ ଓ ତା’ପରେ ଶୁଖିଯାଏ। ଏହା ଆଗାମୀ ବର୍ଷରେ ବର୍ଷା ହେବ କି ନାହିଁ ସେ ବିଷୟରେ ସୂଚନା ଦେଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share