ଏହି ଗାଁରେ ଚଳେନି ଭାରତ ସରକାରଙ୍କ ଆଇନ…

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ ହେଉଛି ମଲାଣା। ଗାଁର ନିଜର ସଂସଦ ରହିଛି। ଗୋଟିଏ ହେଉଛି ଜ୍ୟେଷ୍ଠାଙ୍ଗ ଏବଂ ଅନ୍ୟଟି ହେଉଛି ନିମ୍ନାଙ୍ଗ। ଗାଁ ଲୋକେ ନିଜକୁ ଗ୍ରୀକ୍‌ ବୀର ଆଲେକଜାଣ୍ଡରଙ୍କ ବଂଶଧର ବୋଲି କୁହନ୍ତି। ଏଠାକାର ଆଇନ ବ୍ୟବସ୍ଥା ପୁରାତନ ଏଥେନ୍ସ ସହିତ ମେଳ ଖାଇଥାଏ। କିଛି ଗ୍ରୀକ୍‌ ସୈନ୍ୟ ଏଠାରେ ରହିଯାଇଥିବା କୁହାଯାଏ। ପରେ ତାଙ୍କର ବଂଶ ଧୀରେଧୀରେ ବଢ଼ିଥିଲା। ଏବେ ଗାଁରେ ୧୨୫ ପରିବାର ବାସ କରୁଛନ୍ତି। ଗାଁର ଜନସଂଖ୍ୟା ୧୨ଶହ ରହିଛି। ବାହାର କୌଣସି ଲୋକଙ୍କ ସହିତ ଗାଁ ଲୋକେ ସମ୍ପର୍କ ରଖିବାକୁ ପସନ୍ଦ କରି ନ ଥାନ୍ତି। ଗାଁ ଲୋକେ କନାସା ନାମକ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି। ଏହି ଭାଷା କୌଣସି ଭାରତୀୟ ଭାଷା ସହିତ ମେଳଖାଇ ନ ଥାଏ। ଏଠାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସିଥାନ୍ତି। ତେବେ ସେମାନେ ଏଠାକାର କୌଣସି ଦ୍ରବ୍ୟ ଛୁଇଁବାକୁ ମନା କରାଯାଇଥାଏ। ଗାଁର ବହୁସ୍ଥାନରେ ଏନେଇ ସୂଚନା ବୋର୍ଡ ଲଗାଯାଇଥାଏ। ଯଦି କେହି ପର୍ଯ୍ୟଟକ ଗାଁର କୌଣସି ଦ୍ରବ୍ୟକୁ ଛୁଁଅନ୍ତି ତେବେ ସେଥିଲାଗି ୧ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିଥାଏ।

Share