ଏହି ଗାଁରେ ପିଲାଠାରୁ ବୟସ୍କ ସମସ୍ତେ ମୂକ, ବଧିର

ଇଣ୍ଡୋନେସିଆର ଗାଁ ବେଙ୍ଗ୍‌କଲା। ଏଠାରେ ଥିବା ପ୍ରାୟ ସମସ୍ତେ କଥା କହିପାରନ୍ତି ନାହିଁ। କାରଣ ପିଲାଟି ଦିନରୁ ଏମାନେ ଭାଷା ସହ ଜଡିତ ନୁହଁନ୍ତି। ତେଣୁ ଏହି ଗାଁକୁ ‘ଡିପ୍‌ ଭିଲେଜ୍‌’ ମଧ୍ୟ କୁହାଯାଏ। ଏଠାକାର ବାସିନ୍ଦା ସାଙ୍କେତିକ ଭାଷାରେ କଥା ହୁଅନ୍ତି। ଏହା ଶହ ଶହ ବର୍ଷ ପୁରୁଣା ସାଙ୍ଗେତିକ ଭାଷା ବୋଲି କୁହନ୍ତି ସ୍ଥାନୀୟ ଲୋକେ। ତେବେ ଭୌଗୋଳିକ ଅବସ୍ଥିତି ଯୋଗୁ ଏଠାରେ ଜନ୍ମ ନେଉଥିବା ଶିଶୁ ପ୍ରଥମ ଦିନରୁ ହିଁ ମୂକ ବଧିର ହୋଇ ଜନ୍ମ ନେଇଥାଆନ୍ତି ବୋଲି ଗବେଷକମାନେ ମତ ଦିଅନ୍ତି। କେବଳ ଗ୍ରାମବାସୀ ନୁହେଁ ଏଠାକାର କେତେଗୁଡିଏ କାର୍ଯ୍ୟାଳୟରେ ମଧ୍ୟ ଲୋକେ ସାଙ୍କେତିକ ଭାଷାରେ କଥା ହୋଇଥାଆନ୍ତି। ଏହି ସାଙ୍କେତିକ ଭାଷାକୁ ‘କାଟା କୋଲୋକ୍‌’ କୁହାଯାଏ।

Share