ଏହି ଗାଁର ୮୦ ପ୍ରତିଶତ କୃଷକ କୋଟିପତି

ମହାରାଷ୍ଟ୍ର ଯଦିଓ ଶୁଖିଲା ପ୍ରଭାବିତ ରାଜ୍ୟ ଭାବେ ପରିଚିତ, ତଥାପି ଏଠାରେ ଏଭଳି ଏକ ଗାଁ ରହିଛି। ଯେଉଁଠାରେ କୃଷକମାନେ ନିଜ ଭାଗ୍ୟ ନିଜେ ପରିବର୍ତ୍ତନ କରୁଛନ୍ତି। ଏଠାରେ ଅତ୍ୟାଧୁନିକ କୃଷି ପ୍ରଣାଳୀ ବ୍ୟବହାର କରି କୋଟିପତି ପାଲଟିଛନ୍ତି କୃଷକ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ମହାରାଷ୍ଟ୍ରର ଅହମ୍ମଦନଗର ଜିଲାର ହିବ୍‌ରେ ବଜାର ଗଁା ଏସବୁଠୁ ଅଲଗା। ଏଠାକାର କୃଷକ ଆତ୍ମହ୍ଯଯା କରନ୍ତି ନାହଁି ବରଂ ଭଲ ଏବଂ ଉନ୍ନତ କୃଷିପ୍ରଣାଳୀର ଉପଯୋଗ କରି କୋଟିପତି ହୁଅନ୍ତି। ଗଁାର ଜନସଂଖ୍ୟା ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ। ଏମାନଙ୍କ ମଧ୍ୟରେ କିନ୍ତୁ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ କୃଷକ କୋଟିପତି। ପ୍ରକୃତରେ ୧୯୯୦ରେ ଏଠାରେ ୯୦ ପ୍ରତିଶତ ପରିବାର ଗରିବ ଶ୍ରେଣୀର ଥିଲେ। ୮୦-୯୦ ଦଶକରେ ଭୟଙ୍କର ମରୁଡ଼ି ପଡ଼ିଥିଲା। ପିଇବାକୁ ପାଣି ଟୋପାଏ ବି ମିଳିଲାନି। ଲୋକେ ନିଜକୁ ବଞ୍ଚାଇବାକୁ ଏକଜୁଟ୍‌ ହେଲେ। ଜଏଣ୍ଟ ଫରେଷ୍ଟ ମ୍ୟାନେଜମେଣ୍ଟର ଏକ କମିଟି ଗଠନ କରି କୂଅ ଖୋଳିବା ଏବଂ ଗଛ ଲଗାଇଲେ। ଏହି କାମରେ ମହାରାଷ୍ଟ୍ର ଏମ୍ପ୍ଲୋୟମେଣ୍ଟ ଗ୍ୟାରେଣ୍ଟି ସ୍କିମ୍‌ ଆଧାରରେ ଫଣ୍ଡ୍‌ ମିଳିଲା। ୧୯୯୯୪-୯୫ ବେଳକୁ ଏହା ଏକ ଆଦର୍ଶ ଗ୍ରାମ ଭାବେ ପରିଚିତ ହେଲା। ଏବେ ଗଁାରେ ପ୍ରାୟ ୩୪୦ଟି କୂଅ ରହିଛି। ପ୍ରତିବର୍ଷ ଗଁାର ଆୟ ବଢ଼ିଚାଲିଛି।

Share