ଏହି ଗୀତରେ ରବିନାଙ୍କ ସହ ରୋମାଣ୍ଟିକ୍‌ ଡ୍ୟାନ୍ସ କଲେ ପ୍ରଭାସ

ବାହୁବଳୀ ଷ୍ଟାର ପ୍ରଭାସଙ୍କ କୋଟିଏରୁ ଊର୍ଦ୍ଧ୍ୱ ଫ୍ୟାନ୍‌ ରହିଛନ୍ତି। କିନ୍ତୁ ପ୍ରଭାସ ରବିନା ଟଣ୍ଡନଙ୍କ ବଡ଼ ଫ୍ୟାନ୍‌। ଏହି କଥା ପ୍ରଭାସ ଡ୍ୟାନ୍ସ ଶୋ’ ‘ନଚ୍‌ ବଲିୟେ -୯’ରେ ସମସ୍ତଙ୍କୁ ଜଣାଇଛନ୍ତି। ଶୋ’ରେ ପ୍ରଭାସ – ରବିନାଙ୍କ ସହ ‘ଟିପ୍‌ ଟିପ୍‌ ବରଷା ପାନି’ଗୀତରେ ରୋମାଣ୍ଟିକ୍‌ ଡ୍ୟାନ୍ସ କରି ଦର୍ଶକଙ୍କ ମନ ମୋହି ନେଇଛନ୍ତି।

୧୯୯୪ରେ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ଅଭିନୀତ ଫିଲ୍ମ ‘ମୋହରା’ର ଏହି ଗୀତ ବେଶ୍‌ ଲୋକପ୍ରିୟ। ଏହି ଗୀତରେ ରବିନା ଏକ ହଳିଦିଆର ରଙ୍ଗ ଶାଢ଼ିରେ ନଜର ଆସିଥିଲେ। ‘ନଚ୍‌ ବଲିୟେ-୯’ ସେଟ୍‌ରେ ମଧ୍ୟ ଠିକ୍‌ ସେହିପରି ହଳିଦିଆ ରଙ୍ଗର ଶାଢ଼ି ପିନ୍ଧି ପ୍ରଭାସଙ୍କ ସହ ଡ୍ୟାନ୍ସ କରି ସ୍ମୃତିକୁ ତାଜା କରିଦେଇଛନ୍ତି। ଏହି ଡ୍ୟାନ୍ସକୁ ଦର୍ଶକ ବେଶ୍‌ ଉତ୍ସାହର ସହ ଉପଭୋଗ କରିଛନ୍ତି।

Share