Categories: ଫୁରସତ

ଏହି ଗୁମ୍ଫାରେ ରହିଛି ବିମ୍ବିସାରଙ୍କ ସୁନା ଭଣ୍ଡାର…

ଭାରତରେ ଥିବା କେତେକ ଐତିହାସିକ ସ୍ଥଳର ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ କରିବାକୁ ଅସମର୍ଥ। ସେହିପରି ଏକ ଗୁମ୍ଫା ରହିଛି ବିହାର ରାଜଗିରିରେ। ଏଠାରେ ଥିବା ସୋନ ଭଣ୍ଡାର ଗୁମ୍ଫାରେ ମଗଧର ମୌର୍ଯ୍ୟ ଶାସକ ବିମ୍ବିସାରଙ୍କ ଅସୁମାରୀ ଧନ ସମ୍ପତ୍ତି ରହିଛି। ଲୋକେ ଏନେଇ ଅନେକ କାହାଣୀ ମଧ୍ୟ କହିଥାନ୍ତି। ଏହି ଗୁମ୍ଫାର ଲମ୍ବ ୧୦.୪ ମିଟର, ଚୌଡ଼ା ୫.୨ ମିଟର ଏବଂ ଉଚ୍ଚା ୧.୫ ମିଟର। ଗୁମ୍ଫାର ଦ୍ୱାର ବଡ଼ ପଥରରେ ବନ୍ଦ ହୋଇଛି। ତେବେ ଏହାକୁ ଏପର୍ଯ୍ୟନ୍ତ କେହି ଖୋଲି ନ ଥିବା ସ୍ଥାନୀୟ ଲୋକେ କୁହନ୍ତି।

Share