Categories: ଖେଳ

ଏହି ଗେମ୍‌ ଖେଳିବାକୁ ପସନ୍ଦ କରନ୍ତି ମୟଙ୍କ ଅଗ୍ରଓ୍ବାଲ

ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ଅର୍ଜନ କରିଥିବା ମୟଙ୍କ ଅଗ୍ରଓ୍ବାଲ ନିଜ ଜୀବନର ଅନେକ ରହସ୍ୟ ଖୋଲିଛନ୍ତି। ସେ କହିଛନ୍ତି,କ୍ରିକେଟ ଖେଳିସାରିବା ପରେ ମନକୁ ହାଲ୍‌କା କରିବା ପାଇଁ ପବ୍‌ଜୀ ଗେମ୍‌ ଖେଳେ। ଏହାଦ୍ୱାରା ମନ ହାଲକା ହେବା ସହ ପ୍ରଫୁଲ୍ଲ ରହେ ବୋଲି ସେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଓପନର ମୟଙ୍କ ବାଂଲାଦେଶ ବିପକ୍ଷରେ ଛକା ଲଗାଇ ଦ୍ୱିତୀୟ ଦ୍ୱିଶତକ ପୂରଣ କରିଛଥିଲେ। ସେ ୨୦୪ ବଲର ସମ୍ମୁଖୀନ ହୋଇ ୨୦୨ ରନ କରିଥିଲେ। ଏହାସହ ଖୁବକମ ଇଂନିଶ ଖେଳି ଦ୍ୱିଶତକ ମାରିବାରେ ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି। ବ୍ରାଡମ୍ୟାନ ୧୩ତମ ଇନିଂସରେ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ହାସଲ କରିଥିଲେ। କିନ୍ତୁ ମୟଙ୍କ ୧୨ ଇନିଂସରେ ଏହି ସଫଳତା ପାଇଛନ୍ତି। ମୟଙ୍କ ଗତମାସ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ମ୍ୟାଚରେ ମଧ୍ୟ ଦ୍ୱିଶତକ କରିଥିଲେ।

Share