Categories: ଫୁରସତ

ଏହି ଘର ବିଶ୍ୱର ସବୁଠୁ ନିରାପଦ : ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ କ୍ଷତି, ଜାଣନ୍ତୁ କେଉଁଠି

ଆଜିପର୍ଯ୍ୟନ୍ତ ବୁଲେଟ୍‌ପ୍ରୁଫ୍‌ ଘର ତିଆରି ହେଉଥିବା ଜାଣିଛେ, କିନ୍ତୁ ପରମାଣୁ ବମ୍‌ ପ୍ରୁଫ୍‌ ଘର ବିଷୟରେ କେବେ ଶୁଣିଛନ୍ତି? ଯଦି ନା ଆସନ୍ତୁ ଜାଣିବା ଏହି ଘର ସମ୍ପର୍କରେ।
ପୋଲାଣ୍ଡର ଜଣେ ବ୍ୟକ୍ତି ତାଙ୍କ ଘରକୁ ଏମିତି ଟେକ୍‌ନିକ୍‌ରେ ତିଆରି କରିଛନ୍ତି ଯେଉଁଥିରେ ପରମାଣୁ ବମ୍‌ ପଡ଼ିଲେ ବି କୌଣସି କ୍ଷତି ହେବ ନାହିଁ। ବ୍ୟକ୍ତିଜଣକ ଘରର ସୁରକ୍ଷା ପାଇଁ ଆକିର୍ର୍ଟେକ୍‌ଚର ଫାର୍ମ ସହ ଯୋଗାଯୋଗ କରିଥିଲେ। ଏହି କମ୍ପାନୀ ବହୁ ଜଣାଶୁଣା। ଆର୍କିଟେକ୍‌ଟଙ୍କ ଅନୁସାରେ, ଏପରି ଘର ତିିଆରି କରାଯାଇଛି, ପରମାଣୁ ବୋମା ବି କୌଣସି କ୍ଷତି କରିବ ନାହିଁ। ସେ କୁହନ୍ତି, ତାଙ୍କର କ୍ଲାଏଣ୍ଟଙ୍କୁ ଖୁସି କରିବା ପାଇଁ ଏମିତି ଘର ତିଆରି କରିବାକୁ ନିଷ୍ପତ୍ତି ନେଲେ। ଘରର ଡିଜାଇନ୍‌ ତାଙ୍କ କ୍ଲାଏଣ୍ଟ ନିଜେ ଦେଇଛନ୍ତି। ଏହାକୁ ତିଆରି କରିବାରେ କମ୍ପାନୀର ପୂରା ଟିମ୍‌ କଠିନ ପରିଶ୍ରମ କରିଛନ୍ତି। ଶେଷରେ ଏପରି ଘର ତିଆରି କରିବାରେ ତାଙ୍କ ଟିମ୍‌ ସଫଳ ହୋଇଛି। ଅନ୍ୟପକ୍ଷରେ ଗୃହକର୍ତ୍ତା କୁହନ୍ତି, ଏହି ଘରକୁ ବିଶ୍ୱର ସବୁଠୁ ‘ନିରାପଦ ଘର’ପୁରସ୍କାର ମିଳିଛି।

ଏମିତି ଶୈଳୀରେ ନିର୍ମାଣ ହୋଇଛି ଏହି ଘର :

– ଗୋଟିଏ ବଟନ୍‌ ଦବାଇଲେ ଘର ଉପର ତଳ , ଆଗ ପଛ ହେବା ସହ କଂକ୍ରିଟ୍‌ ପାଚେରି ବନ୍ଦ ହେବ।

– ଘର ଉପରେ ପରମାଣୁ ବୋମା ପଡ଼ିଲେ ବି କ୍ଷତି ହେବ ନାହିଁ।

– ଘରକୁ ଏମିତି ଡିଜାଇନ୍‌ କରାଯାଇଛି, ଯାହା ଥରେ ବନ୍ଦ ହେଲେ ଆଉ କେହି ପ୍ରବେଶ କରିପାରିବେ ନାହିଁ।

– ଯେତିକି ମଜଭୁତ ସେତିକି ସୁନ୍ଦର ମଧ୍ୟ।

– ବାହାରେ ରହିଛି ଏକ ସୁଇମିଂପୁଲ୍‌।

– କଂକ୍ରିଟ୍‌ ବ୍ୟତୀତ ମେଟାଲ ସଟର ବ୍ୟବହାର କରାଯାଇଛି। ଯାହା ଘରକୁ ସୁରକ୍ଷିତ ରଖିବ।

– ଘରର ଏକ ଗେଟ୍‌ ମନକୁ ଖୋଲିଯିବ ଆଉ ବନ୍ଦ ବି ହେବ।

Share