Advertisement

ଏହି ଚାଉଳ ଖାଇଲେ ବଢ଼େ ଡାଇବେଟିସ୍‌…

ଧଳା ଚାଉଳ ଭାତ ଖାଇବାକୁ କେତେକ ଭଲ ପାଆନ୍ତି। ଏହା ରୁଚିକର। କିନ୍ତୁ ଧଳା ଚାଉଳ ଡାଇବେଟିସ୍‌ ଟାଇପ୍‌-୨ ବୃଦ୍ଧି କରିଥାଏ। ଦିନକୁ ୧୬୦ ଗ୍ରାମ୍‌ ଧଳା ଚାଉଳର ଭାତ ଖାଉଥିବା ବ୍ୟକ୍ତିଙ୍କଠାରେ ଡାଇବେଟିସ୍‌ ଟାଇପ୍‌-୨ ପ୍ରାୟ ୧୧ ଶତକଡ଼ା ବୃଦ୍ଧି ହୋଇଥାଏ ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଧଳା ଚାଉଳରେ ଅଧିକ ସୁଗାର ଅଂଶ ରହିବା ଯୋଗୁ ଏହା ରକ୍ତରେ ଗ୍ଲୁକୋଜ୍‌ ମାତ୍ରା ବୃଦ୍ଧି କରାଏ। ଫଳରେ ନିୟମିତ ଏହାକୁ ଖାଇଲେ ଡାଇବେଟିସ୍‌ ସମସ୍ୟାକୁ ବଢ଼ିଥାଏ। ଏହା ହାଇବ୍ରିଡ୍‌ ଚାଉଳ ହୋଇଥିବାରୁ ଏହାକୁ ଖାଇବା ପରେ ଅତି ଶୀଘ୍ର ହଜମ ହୋଇ ଭୋକ ହୁଏ। ଫଳରେ ଖାଇବା ପରିମାଣ ବଢ଼ିଥାଏ। ଏହାଯୋଗୁ ମେଦବହୁଳତା ହେବାର ଆଶଙ୍କା ରହିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share