ଏହି ଚା’ ପିଅନ୍ତୁ, ଓଜନ କମ୍‌ କରନ୍ତୁ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଔଷଧ ମିଳୁଥିବାବେଳେ ତାହା କାମ ମଧ୍ୟ ଦେଉନାହିଁ। ତେବେ ପ୍ରାକୃତିକ ଉପାୟରେ କେମିତି ଓଜନ କମାଇବେ ସେ ବିଷୟରେ ଜାଣନ୍ତୁ। ଯେଉଁମାନେ ଶରୀରର ଚର୍ବି କମ୍‌ କରିବା ବା ଓଜନ କମାଇବା ପାଇଁ ଏକ ବିଶେଷ ଚା ପିଅନ୍ତୁ।
କେମିତି ତିଆରି କରିବେ ଏହି ଚା’
ଗୁଜୁରାତି, ଅଦା, ପାନମଧୁରି, ଜୁଆଣି, ଚା’ ପତିକୁ ୨ କପ୍‌ ପାଣିରେ ହାଲୁକା ଆଞ୍ଚରେ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଚା’ ତିଆରି ହୋଇଯିବା ପରେ ଛାଣି ଅଲଗା ରଖନ୍ତୁ। ଏଥିରେ ଲେମ୍ବୁ ରସ ମିଶାନ୍ତୁ। ମିଠା କରିବା ପାଇଁ ଚିନି ବଦଳରେ ମହୁ ମିଶାଇ ପାରିବେ। ବିନା ଚିନିର ଚା’ବେଶି ଉପକାର କରିବ।
ସକାଳ ଓ ସନ୍ଧ୍ୟାରେ ଯେତେବେଳେ ଚା’ ପିଇବାକୁ ଇଚ୍ଛା ହେବ ଏହି ବିଶେଷ ଚା ପିଅନ୍ତୁ। ଏହାଦ୍ୱାରା ଚର୍ବି କମ୍‌ ହେବ ଓ ମେଦ ବହୁଳତା କମିବ। ଏହି ବିଶେଷ ଚା ଦ୍ୱାରା ଗ୍ୟାସ୍‌, କୋଷ୍ଠକାଠିନ୍ୟ, ପାଚନ, କ୍ଲିଟିଙ୍ଗ୍‌, ବ୍ଲକେଜ, କିଡ଼୍‌ନୀର ସମସ୍ୟା ମଧ୍ୟ ଦୂର ହୋଇପାରିବ।

Share