ଏହି ଚୋପା ଖାଆନ୍ତୁ, କ୍ୟାନସରଠାରୁ ଦୂରେଇ ରୁହନ୍ତୁ…

କମଳାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଲୌହ, ପୋଟାସିୟମ, କ୍ୟାଲସିୟମ୍‌, ଫ୍ରୁକ୍ଟୋଜ, ଡେକ୍ସଟ୍ରୋଜ, ଭିଟାମିନ ଏ, ବି ଓ ସି ରହିଥାଏ। କେବଳ ରସ ନୁହେଁ କମଳାର ଚୋପା ମଧ୍ୟ ଦରକାରୀ। କମଳା ଚୋପା ଖାଇଲେ କ୍ୟାନସର ମଧ୍ୟ ଭଲ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। କମଳା ଚୋପାରେ ଥିବା ନାରିନ୍‌ଜିନ୍‌ କ୍ୟାନସର କୋଷିକା ନଷ୍ଟ କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ହେସ୍‌ପରିଟିନ୍‌ ବ୍ରେଷ୍ଟ୍‌ କ୍ୟାନସର ଦୂରେଇ ରଖିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କମଳା ଚୋପାରେ ଫ୍ଲାବୋନଏଡ୍‌ ରହିଛି। ଏହା ଶରୀର ପାଇଁ ଅତି ଉପକାରୀ। କମଳା ଚୋପା ଖଣ୍ଡେ ପ୍ରତିଦିନ ସକାଳୁ ଅଭ୍ୟାସ କରି ଚୋବାଇ ଖାଇଲେ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

Share