ଏହି ଜିଲାରେ ୧ କିଲୋ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଦେଲେ ମିଳୁଛି ୧ କିଲୋ ଚାଉଳ

ହାଇଦ୍ରାବାଦ୍‌,୧୭।୧୦: ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ପ୍ରୟାସ ଚାଲିଛି। ନିକଟରେ ଛତିଶଗଡର ଅମ୍ବିକାପୁରରେ ଏକ ‘ଗାର୍ବେଟ୍‌ କାଫେ’ ଖୋଲାଯାଇଛି। ଯେଉଁଠି ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଦେଲେ ପେଟ ପୂରା ଖାଇବାକୁ ମିଳୁଛି। ସେହିପରି ତେଲେଙ୍ଗାନାର ମୁଲୁଗୁ ଜିଲାରେ ମଧ୍ୟ ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଇଛି। ଜିଲାର ୧ କିଲୋ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଦେଲେ ୧ କିଲୋ ଚାଉଳ ମାଗଣାରେ ମିଳୁଛି। ଏଥିପାଇଁ ଜିଲାରେ ୨୫୦ଟି ସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ସ୍ଥାନୀୟ ଜିଲାପାଳ ସି. ନାରାୟଣଙ୍କ ନିର୍ଦ୍ଦେଶରେ ଏଭଳି ଯୋଜନା ଆରମ୍ଭ କରାଯାଇଛି। ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏଭଳି ପ୍ରଚେଷ୍ଟା କରାଯାଉଛି। ଯେଉଁ ଲୋକମାନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ସେମାନେ ଟଙ୍କା କିମ୍ବା ଚାଉଳ ଆକାରରେ ଦାନ କରିପାରିବେ। ଯେଉଁସବୁ ପ୍ଲାଷ୍ଟିକ୍‌ ସଂଗ୍ରହ ହେବ ତାକୁ ସିମେଣ୍ଟ କାରଖାନାକୁ ଦିଆଯିବ ବୋଲି ଜଣାପଡିଛି।

Share