Categories: ଫୁରସତ

ଏହି ଡ୍ରେସ୍‌କୁ ଛୁଇଁ ହେବନି

ସବୁବେଳେ ସେଲିବ୍ରିଟି ପିନ୍ଧୁଥିବା ପୋଷାକ ଚର୍ଚ୍ଚାକୁ ଆସେ, ଭାଇରାଲ ହୁଏ। କିନ୍ତୁ ନିକଟରେ ଏମିତି ଏକ ପୋଷାକ ଭାଇରାଲ ହୋଇଛି, ଯାହା କୌଣସି ସେଲିବ୍ରିଟିଙ୍କର ନୁହେଁ। ଏହି ଡ୍ରେସ୍‌ର ଆଉ ଏକ ବିଶେଷତ୍ୱ ହେଉଛି ଯେ, ଏହାକୁ ଆପଣ ଚାହିଁଲେ ଛୁଇଁପାରିବେ ନାହିଁ। ହାତରେ ଧରି ପିନ୍ଧି ବି ପାରିବେନି। କାରଣ ଏହା ଏକ ଡିଜିଟାଲ ଡ୍ରେସ୍‌, ଯାହାର ସତ୍ତା ନାହିଁ। କିନ୍ତୁ ଏହାର ମୂଲ୍ୟ ହେଉଛି ପ୍ରାୟ ୭ ଲକ୍ଷ ଟଙ୍କା। ଡଚ୍‌ ଫ୍ୟାଶନ ହାଉସ୍‌ ‘ଦ ଫ୍ୟାବ୍ରିକାଣ୍ଟ’ ଡେପର୍‌ ଲାବ୍‌ସ ଓ ଆର୍ଟିଷ୍ଟ ଜୋହାନା ଜସ୍କୋଙ୍କ ସହ ମିଶି ଉକ୍ତ ପୋଷାକ ତିଆରି କରିଛି। ଏହାକୁ ୩ଡି ଫ୍ୟାଶନ ଡିଜାଇନ୍‌ ଓ ଆନିମେଶନ ଦ୍ୱାରା ତିଆରି କରାଯାଇଛି। ଆଜିକାର ଡିଜିଟାଲ ଦୁନିଆରେ ଆମେ ଏହି ପୋଷାକକୁ ଡିଜିଟାଲି ପିନ୍ଧିପାରିବା। ଚାହିଁଲେ ଆପଣ ସେହି ୩ଡି ଡିଜାଇନ୍‌ର ବାସ୍ତବ ପୋଷାକ ମଧ୍ୟ କିଣିପାରିବେ।

Share