Categories: ଫୁରସତ

ଏହି ତିଥିରେ ଗୋରୁ ଚରାଇବା ଆରମ୍ଭ କରିଥିଲେ ଶ୍ରୀକୃଷ୍ଣ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପଡ଼େ ଗୋପାଷ୍ଟମୀ। ଚଳିତମାସ ୪ ତାରିଖ ଅର୍ଥାତ ସୋମବାର ଏହି ଉତ୍ସବ ପାଳନ କରାଯିବ। କୁହାଯାଏ, ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଗୋରୁ ଚରାଇବା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଗୋପାଷ୍ଟମୀରେ ଗୋରୁଙ୍କୁ ପୂଜା କରାଯାଏ।

ମାନ୍ୟତା ଅଛି, ଯେଉଁଠି ଗୋରୁଗାଈ ବିଚରଣ କରନ୍ତି ସେଠାକୁ ଅନ୍ୟ କୌଣସି ଜୀବଜନ୍ତୁ ପାଖ ମାଡ଼ନ୍ତି ନାହିଁ। ଗୋମାତାଙ୍କ ପୂଜା କଲେ ସବୁ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି। ସବୁ ବିପଦରୁ ରକ୍ଷା କରିଥାନ୍ତି ଗୋମାତା।


ଧାର୍ମିକ ମତ ଅନୁସାରେ, ଗୋମାତାଙ୍କଠାରେ ୩୩କୋଟି ଦେବୀଦେବ ବାସ କରନ୍ତି। ଯଦି କେହି ଗୋମାତାଙ୍କ ସେବା କରିଥାନ୍ତି ତେବେ ସମସ୍ତ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଏହି କାରଣରୁ ହିନ୍ଦୁଧର୍ମରେ ଗାଈଙ୍କୁ ଅଧିକ ମାନ୍ୟତା ଦିଆଯାଇଛି। ଗାଈକୁ ମାଆ ବୋଲି ସମ୍ବୋଧନ କରାଯାଏ।

Share