Categories: ଖେଳ

ଏହି ଦଳର ଅଧିନାୟକଙ୍କ ଦୃଢୋକ୍ତି: ଭାରତ-ଇଂଲଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ

ଲଣ୍ଡନ, ୭।୭: ଆଇସିସି ବିଶ୍ୱକପର ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ମାତ୍ର ୧୦ ରନ୍‌ରେ ପରାସ୍ତ କରି ବିଜୟର ସହ ବିଶ୍ୱକପରୁ ବିଦାୟ ନେଇଛି ଦକ୍ଷିଣ ଆଫ୍ରିକା। ଫଳରେ ସେମିଫାଇନାଲ ଭାରତ-ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍‌ ପରେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଫାପ୍‌ ଡୁପ୍ଲେସି କହିଛନ୍ତି, ଦକ୍ଷିଣ ଆଫ୍ରିକାର ବିଜୟରେ ଭାରତୀୟ ଦଳ ନିଶ୍ଚୟ ଖୁସି ଥିବ। ଭାରତ ଫାଇନାଲକୁ ଯିବା ନେଇ ମୁଁ ଆଶାବାଦୀ ବୋଲି ସେ କହିଛନ୍ତି। ଗତ ତିନି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ସେତେଟା ଉତ୍ତମ ପ୍ରଦର୍ଶନ କରିପାରି ନାହିଁ। ତେଣୁ ଭାରତ ଭଳି ଦଳଠାରୁ ବିଜୟୀ ହେବା ଏତେଟା ସହଜ ନୁହେଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟ ଫାଇନାଲ ଖେଳାଯିବା ସମ୍ଭାବନା ବେଶୀ ବୋଲି ଫାପ୍‌ କହିଛନ୍ତି।

Share