Categories: ଖେଳ

ଏହି ଦୁଇ ଭାରତୀୟ କ୍ରିକେଟର ଗୋଟିଏ ମ୍ୟାଚ୍‌ରେ ଉଇକେଟ୍‌ କିପିଂ କରି ମଧ୍ୟ ନେଇଛନ୍ତି ଉଇକେଟ୍‌

କ୍ରିକେଟରେ ଉଇକେଟ କିପିଂ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସବୁ ଦଳ ଏକ ଅଭିଜ୍ଞ ଉଇକେଟ କିପର ନେଇ ଖେଳିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଯଦି ଉଇକେଟ କିପର ଅଲରାଉଣ୍ଡର ହୋଇଥାନ୍ତି ତେବେ ଦଳ ପାଇଁ ଏହା ଶୁଭଙ୍କର ହୋଇଥାଏ। ଭାରତୀୟ କ୍ରିକେଟରେ ଏମିତି ଦୁଇଜଣ ଉଇକେଟ୍‌ କିପର ଥିଲେ ଯେ କି, ଦଳ ପାଇଁ ଉଇକେଟ୍‌ କିପିଂ, ବ୍ୟାଟିଂ ସହ ବୋଲିଂ କରି ମଧ୍ୟ ଉଇକେଟ ନେଇଛନ୍ତି।

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୦୯ ଚାମ୍ପିୟନ୍ସ ଟ୍ରଫିରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏକ ମ୍ୟାଚରେ ବୋଲିଂ କରି ଉଇକେଟ୍‌ ନେଇଥିଲେ। ଏହି ମ୍ୟାଚରେ ସେ ଉଇକେଟ୍‌ କିପିଂ ମଧ୍ୟ କରିଥିଲେ। ମିଡିୟମ୍‌ ପେସ୍‌ ବୋଲିଂ କରୁଥିବା ଧୋନୀ ୨ ଓଭର ବୋଲିଂ କରି ୧୪ ରନ୍‌ ଦେଇ ୨ଟି ଉଇକେଟ୍‌ ନେଇଥିଲେ।

ସୟଦ କିରମାନୀ
୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ସୟଦ୍‌ କିରମାନୀଙ୍କ ନାଁରେ ମଧ୍ୟ ଅନ୍ତର୍ଜାତୀୟ ଉଇକେଟ୍‌ ନେବାର ରେକର୍ଡ ରହିଛି। ୧୯୮୩ରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ସେ ଗୋଟିଏ ଉଇକେଟ୍‌ ନେଇଥିଲେ। ଏହି ମ୍ୟାଚରେ ସେ ଉଇକେଟ କିପିଂ ମଧ୍ୟ କରୁଥିଲେ।

Share